ସରକାର-କୃଷକ ଆଲୋଚନା ଶେଷ, ୨ଟି ପ୍ରସଙ୍ଗ ଉପରେ ସହମତି, ୪ରେ ପରବର୍ତ୍ତୀ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନାରେ କେତେକ ସକାରାତ୍ମକ ଅଗ୍ରଗତି ହୋଇଥିବା ସୂଚନା ମିଳିଛି ।

ଏହି ଆଲୋଚନା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ  ଆଜିର ଆଲୋଚନା ବେଶ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା ।  ଚାଷୀମାନେ ରଖିଥିବା ୪ଟି ଦାବି ମଧ୍ୟରୁ ୨ଟିରେ ସହମତି ସୃଷ୍ଟି ହୋଇଛି । ପ୍ରଥମ ଦାବିଟି ଏକ ପରିବେଶ ସଂପର୍କିତ ଅଧ୍ୟାଦେଶକୁ ନେଇ ଥିଲା । ଏହି ଅଧ୍ୟାଦେଶ ଅନୁସାରେ ଚାଷୀମାନେ ନଡ଼ା ଜାଳିବା ନେଇ ଜୋରିମାନାର ବ୍ୟବସ୍ଥା ଥିବାରୁ ତାହାକୁ ଚାଷୀମାନେ ବିରୋଧ କରୁଥିଲେ । ତେବେ ଏଥିରୁ ଚାଷୀମାନଙ୍କୁ କୋହଳତା ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଚାଷୀଙ୍କ ୨ୟ ଦାବିଟି ଥିଲା ଜଳସେଚନ ପାଇଁ ଦିଆଯାଉଥିବା ବିଦ୍ୟୁତ ସବସୀଡି ଜାରି ରହୁ । ଏହାକୁ ସରକାର ମାନି ନେଇଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ । ଦିଲ୍ଲୀର ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଆନ୍ଦୋଳନରେ ଭାଗ ନେଇଥିବା  ବୟସ୍କ ବ୍ୟକ୍ତି, ମହିଳା ଓ ଶିଶୁମାନଙ୍କୁ ଘରକୁ ପଠାଇଦେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି ।

 

ସମ୍ବନ୍ଧିତ ଖବର