ଭୋଟ ହରାଇବା ଭୟରେ ସରକାର ଟେକ୍ସଟାଇଲ ଉପରେ ଜିଏସଟି ବଢାଇଲେ ନାହିଁ : କଂଗ୍ରେସ

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ ହରାଇବା ଆଶଙ୍କା କରି ସରକାର ଟେକ୍ସଟାଇଲ (ବୟନ ସାମଗ୍ରୀ) ଉପରେ ପ୍ରସ୍ତାବିତ ଜିଏସଟି ବୃଦ୍ଧିକୁ ସ୍ଥଗିତ ରଖିଛନ୍ତି ବୋଲି କଂଗ୍ରେସ କହିଛି ।

ଆଜି ଅହମବଦାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ପବନ ଖେରା କହିଛନ୍ତି ଯେ ୫ଟି ରାଜ୍ୟରେ ଆଗକୁ ବିଧାନସଭା ରହିଥିବାବେଳେ ତାପରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ରହିଛି । ଗୁଜୁରାଟ ବୟନ ଶିଳ୍ପର ଏକ ହବ୍ ଭାବେ ଜଣାଶୁଣା । ଏଣୁ ସରକାର ଭୋଟ ହରାଇବା ଆଶଙ୍କା କରିବ ଟେକ୍ସଟାଇଲ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ ପ୍ରତିଶତ କରିବାକୁ ପଛଘୁଞ୍ଚା ଦେଲେ । ସେ କହିଛନ୍ତି ଯେ, ନୂଆ ବର୍ଷରେ ଅନେକ ସାମଗ୍ରୀ ଓ ସେବା ମହଙ୍ଗା ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ଲୋକମାନଙ୍କୁ ଶୁଭ ନୂଆବର୍ଷ କହିବା ଏକ ମିଛ ।

ଗତକାଲି ୪୬ତମ ଜିଏସଟି ପରିଷଦ ବୈଠକରେ ଟେକ୍ସଟାଇଲ ବା ବସ୍ତ୍ର ଉପରେ ପ୍ରସ୍ତାବିତ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ପରିଷଦର ପରବର୍ତ୍ତୀ ବୈଠକ ଅର୍ଥାତ ୪୭ ତମ ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଟେକ୍ସଟାଇଲ ଉପରେ ଜିଏସଟି ହାର ସଂପର୍କିତ ମାମଲାକୁ ଟାକ୍ସ ରେଟ୍ ରେସନାଲାଇଜେସନ କମିଟିକୁ ପ୍ରେରଣ କରାଯିବ । ଆସନ୍ତା ଫେବ୍ରୁଆରି ସୁଦ୍ଧା କମିଟି ନିଜର ରିପୋର୍ଟ ଦଖଲ କରିବ ।

 

ସମ୍ବନ୍ଧିତ ଖବର