ବେଲଗାଭି : କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଉଭୟ ବିଜେପି ଓ ଆରଏସଏସର ଆଦର୍ଶଗତ କାପୁରୁଷ। କିନ୍ତୁ କଂଗ୍ରେସ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। 'ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ' ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କୁ ଭୟ କରୁଛନ୍ତି କାରଣ ସେ ସମ୍ବିଧାନ ପାଇଁ ଲଢୁଛନ୍ତି।
କର୍ଣ୍ଣାଟକର ବେଲଗାଭିରେ ପ୍ରିୟଙ୍କା ଗାନ୍ଧି କହିଛନ୍ତି, ସମ୍ବିଧାନ ଏକ ପୁସ୍ତକ ନୁହେଁ ବରଂ ଲୋକଙ୍କ ସୁରକ୍ଷା ଢାଲ। ବାବାସାହେବ ଭୀମରାଓ ଆମ୍ବେଦକର ଏଥିରେ ଗଣତନ୍ତ୍ରର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିଛନ୍ତି।
କର୍ଣ୍ଣାଟକର ବେଲଗାଭିରେ ପ୍ରିୟଙ୍କା ଗାନ୍ଧି କହିଛନ୍ତି, ସମ୍ବିଧାନ ଏକ ପୁସ୍ତକ ନୁହେଁ ବରଂ ଲୋକଙ୍କ ସୁରକ୍ଷା ଢାଲ। ବାବାସାହେବ ଭୀମରାଓ ଆମ୍ବେଦକର ଏଥିରେ ଗଣତନ୍ତ୍ରର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିଛନ୍ତି। ବାବାସାହେବ ହେଉଛନ୍ତି ସାମାଜିକ ନ୍ୟାୟ ଓ ଅଧିକାରର ପ୍ରତୀକ। ଅନେକ ସରକାର ଆସିଛନ୍ତି ଓ ଗଲେଣି, କିନ୍ତୁ ଏମିତି କୌଣସି ସରକାର ନାହିଁ, ଯାହାର ଗୃହମନ୍ତ୍ରୀ ସଂସଦରେ ବାବାସାହେବଙ୍କୁ ଅପମାନିତ କରିଛନ୍ତି।
ସ୍ୱାଧୀନତାର ଏତେ ବର୍ଷ ପରେ କ'ଣ କେହି ଭାବିଥାନ୍ତେ ଯେ ୧୯୪୭ରେ ଦେଶ ସ୍ୱାଧୀନତା ପାଇନଥିଲା। ସମ୍ବିଧାନ ପ୍ରଣୟନ ସମୟରେ ମଧ୍ୟ ଆରଏସଏସ ବିଚାରଧାରା ଅସମ୍ମାନଜନକ ଥିଲା । ଏହି ବିଚାରଧାରା ସମ୍ବିଧାନ ବିରୋଧରେ ଅଭିଯାନ ଚଳାଇଥିଲା। ଦେଶର ଗୃହମନ୍ତ୍ରୀ ବାବାସାହେବ ଓ ଗଣତନ୍ତ୍ରକୁ ଅପମାନିତ କରିଛନ୍ତି। ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ସେମାନଙ୍କୁ ସେମାନେ ଅପମାନିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/21/GzOx5Y9B1kaLXGn9FVij.jpeg)