କଶ୍ମୀର ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଇନଭେଷ୍ଟର୍ସ ମିଟର ପ୍ରସ୍ତୁତି ଓ କାର୍ଯ୍ୟାନ୍ଵୟନ ଲାଗି କେନ୍ଦ୍ର ସରକାର ଏକ ଅନ୍ତଃମନ୍ତ୍ରୀମଣ୍ଡଳୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟିରେ ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ । ଜମ୍ମୁ ଓ କଶ୍ମୀରକୁ କିପରି ଅଧିକ ପୁଞ୍ଜିନିବେଶ ଆସିପାରିବ ସେଦିଗରେ ଏହି କମିିଟି ଉଦ୍ୟମ କରିବ ।
ସୂଚନାଯୋଗ୍ୟ ଯେ ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ଆସନ୍ତା ଅକ୍ଟୋବର ୧୨ରୁ ୧୪ ପର୍ଯ୍ୟନ୍ତ ଶ୍ରୀନଗରରେ ଏକ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହେବ । ଏହା ମାଧ୍ୟମରେ ଜମ୍ମୁ ଓ କଶ୍ମୀରକୁ ଏକ ଭରଷାଯୋଗ୍ୟ ପୁଞ୍ଜିନିବେଶସ୍ଥଳୀ ଭାବେ ପ୍ରଦର୍ଶିତ କରାଯିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମ୍ମିଳନୀମାଧ୍ୟମରେ ନିବେଶକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କାକୁ ଦୂର କରାଯିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣରେ କଶ୍ମୀର ବିକାଶ ଲାଗି ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଏହା ସହିତ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସେ ଆମନ୍ତ୍ରଣ କରିଥିଲେ ।

ସମ୍ବନ୍ଧିତ ଖବର