ମୁମ୍ବାଇ : କେନ୍ଦ୍ର ସରକାର ଆଉ ୨୧ ଜଣ ଗ୍ରୁପ-ବି ଟିକସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଦୁର୍ନୀତି ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାଯାଇଛି ।
ଏସବୁ ଅଧିକାରୀମାନେ ହେଉଛନ୍ତି ଆୟକର ଅଧିକାରୀ ପାହ୍ୟାର । ଏମାନଙ୍କ ନାଁ ରେ ସିବିଆଇ ମାମଲା ରହିଛି । ଏହାକୁ ଭିତ୍ତିକରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏମାନଙ୍କୁ ବିରୁଦ୍ଧରେ ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Advertisment

ଗତ ଜୁନଠାରୁ ଏହା ହେଉଛି ଏଧରଣର ୫ମ କାର୍ଯ୍ୟାନୁଷ୍ଠାନ । ଏହି ୫ଟି ପର୍ଯ୍ୟାୟରେ ମୋଟ ୮୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ୬୪ ଜଣ ଉଚ୍ଚପଦସ୍ତ ଟିକସ ଅଧିକାରୀ ରହିଛନ୍ତି । ଗତ ସେପ୍ଟେମ୍ବର ମାସରେ ସରକାର କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳକ ବୋର୍ଡର ୧୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଥିଲେ ।