୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କୁ ୧.୨୫ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ଭିତରେ ଗୁରୁବାର ଦିନ କେନ୍ଦ୍ର ସରକାର ୧୯୮୪ ମସିହା ଶିଖ୍ ଦଙ୍ଗା ପୀଡିତମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ତରଫରୁ ଏହି ବିଧେୟକ ଉପସ୍ଥାପନ କରାଯାଇଥିଲା ।

କେବଳ ସେତିକି ନୁହେଁ ମୃତକଙ୍କ ବିଧବା ପତ୍ନୀ କିମ୍ବା ତାଙ୍କ ପରିବାରରେ ଥିବା ବୟସ୍କ ସଦସ୍ୟଙ୍କୁ ମାସିକ ୨,୫୦୦ ଟଙ୍କା ଦେବାକୁ ରାଜ୍ୟ ସରକାରମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରାବଧାନ କରିଛନ୍ତି । ଏହି ପେନସନ୍ ସେମାନଙ୍କୁ ଜୀବନ ସାରା ମିଳିବ ଓ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ବି କେନ୍ଦ୍ର ସରକାର ଶିଖ୍ ଦଙ୍ଗାର ପୀଡିତମାନଙ୍କ ପାଇଁ ସହାୟତା ପ୍ୟାକେଜ ୫ ଲକ୍ଷ ଟଙ୍କା ଲେଖାଏଁ କରିବାକୁ ଯୋଜନା କରିଥିଲେ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ୧୯୮୪ ଦଙ୍ଗାର ପୀଡିତଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଦେବାକୁ ୪.୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର