କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଶ୍ରମିକଙ୍କ ପାଇଁ ସହାୟତା ରାଶି ୩ ଗୁଣ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କୋଇଲା ଖଣିରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଏକ ଭଲ ଖବର । କୋଲ ଇଣ୍ଡିଆ ଓ ଏହାର ଶାଖା କମ୍ପାନିର କୋଇଲା ଖଣିରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ଦୁର୍ଘଟଣା ସହାୟତା ରାଶିକୁ କେନ୍ଦ୍ର ସରକାର ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଅର୍ଥାତ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଦିଆଯାଉଥିବା ସହାୟତା ରାଶିକୁ ୫ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୧୫ ଲକ୍ଷ ଟଙ୍କା କରାଯାଇଛି । ଏ ସଂପର୍କରେ ଘୋଷଣା କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୮ଟି ରାଜ୍ୟରେ ଥିବା କୋଲ ଇଣ୍ଡିଆ ଓ ଏହାର ଶାଖା କମ୍ପାନିର କୋଇଲା ଖଣିରେ କାମ କରୁଥିବା ୩.୫ ଲକ୍ଷ ଶ୍ରମିକଙ୍କ ପରିବାରଗୁଡ଼ିକ ଉପକୃତ ହେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ଠିକା ଓ ନିୟମିତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ।
ଶ୍ରୀ ଯୋଷୀ ଗୁରୁବାରଦିନ ଓଡ଼ିଶାର ତାଳଚେରଠାରେ ଥିବା ଏମସିଏଲ କୋଇଲା ଖଣି ପରିଦର୍ଶନ କରିଥିଲେ । ସେ କହିଛନ୍ତି ଯେ ଆସନ୍ତା ୨୦୨୪-୨୫ ସୁଦ୍ଧା ଏମସିଏଲ ପ୍ରାୟ ୪୦୦୦ ବିସ୍ଥାପିତ ବ୍ୟକ୍ତିଙ୍କୁ ନିଯୁକ୍ତି ଯୋଗାଇଦେବ ।

ସମ୍ବନ୍ଧିତ ଖବର