କୃଷକଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ, ରବି ଫସଲର ଏମଏସପି ୫୦-୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୯୭୫କୁ ବଢିଲା

 

ନୂଆଦିଲ୍ଲୀ :କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଗହମ, ମସୁର, ସୂର୍ଯ୍ୟମୁଖୀ, ବାର୍ଲି, ସୋରିଷ, ବୁଟ ଆଦି ଫସଲ କରୁଥିବା ଚାଷୀମାନେ ଉପକୃତ ହେବାର ସମ୍ଭାବନା ରହିଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏ ସଂପର୍କରେ ଘୋଷଣା କରି କହିଛନ୍ତି ଯେ ଗହମର ଏମଏସପି କ୍ୱିଣ୍ଟାଲ ପିଛା ୫୦ ଟଙ୍କା ବୃଦ୍ଧି କରି ୧୯୭୫ ଟଙ୍କା କରାଯାଇଛି । ସେହିପରି ବୁଟ ର ଏମଏସପି କ୍ୱିଣ୍ଟାଲ ପିଛା ୨୨୫ ଟଙ୍କା ବୃଦ୍ଧି ପାଇ ୫୧୦୦ ଟଙ୍କାରେ ପହଞ୍ଚିଛି । ମସୁର ର ଏମଏସପି କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି ପାଇ ୫୧୦୦ ଟଙ୍କାରେ ପହଞ୍ଚିଛି । ସୋରିଷର ଏମଏସପି କ୍ୱିଣ୍ଟାଲ ପିଛା ୨୨୫ ଟଙ୍କା ବୃଦ୍ଧି ପାଇ ୪୬୫୦ ଟଙ୍କାରେ ପହଞ୍ଚିଛି । ଜଓ୍ଵାରର ଏମଏସପି କ୍ୱିଣ୍ଟାଲ ପିଛା ୭୫ ଟଙ୍କା ବୃଦ୍ଧି ପାଇ ୧୬୦୦ ଟଙ୍କାରେ ପହଞ୍ଚିଛି ।

ଗତକାଲି ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ-କୃଷି ଉତ୍ପାଦ ବିପଣନ ଓ ବଣିଜ (ପ୍ରେତ୍ସାହନ ) ବିଲ ୨୦୨୦ ଓ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ବିଲ ୨୦୨୦ ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ମଧ୍ୟରେ ଗୃହୀତ ହୋଇଥିଲା ।

ସମ୍ବନ୍ଧିତ ଖବର