ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଦାବିରେ ଆନ୍ଦୋଳନ କରୁଥିବା କୃଷକମାନଙ୍କର ଦାବିକୁ ପୂରଣ କରିଛନ୍ତି କେନ୍ଦ୍ର ସରକାର । ସରକାର ୨୦୧୮-୧୯ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଂଜୁର କରାଯାଇଛି । ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୦୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ମସୁରର ଏମଏସପି କ୍ୱିଣ୍ଟାଲ ପିଛା ୨୨୫ ଟଙ୍କା, ବୁଟ ଏମଏସପି କ୍ୱିଣ୍ଟାଲ ପିଛା ୨୨୦ ଟଙ୍କା ଓ ସାଫ୍ଲାଓ୍ଵାର ଏମଏସପି ୮୪୫ ଟଙ୍କା ବୃଦ୍ଧି କରାଯାଇଛି । କୃଷି ମୂଲ୍ୟ ଓ ଦର ଆୟୋଗ ( ସିଏସିପି)ର ସୁପାରିଶ କ୍ରମେ ସରକାର ଏହି ଏମଏସପି ବୃଦ୍ଧି କରିଛନ୍ତି । ଚାଷୀଙ୍କୁ ଉତ୍ପାଦନ ବ୍ୟୟର ୫୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ପ୍ରଦାନ ପାଇଁ କେନ୍ଦ୍ରର ମୋଦି ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର