ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ୨୦୨୨-୨୩ ମାର୍କେଟିଂ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଦେଇଛନ୍ତି । ଫସଲ ବିବିଧକରଣକୁ ପ୍ରେତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

ମସୁର ଡାଲି ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ମସୁର ଡାଲିର ଏମଏସପି କୁଇଣ୍ଟାଲ ପିଛା ୫୫୦୦ ଟଙ୍କାକୁ ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫୦୫୦ ଟଙ୍କାକୁ ବୃଦ୍ଧି ପାଇଛି । ଗହମର ଏମଏସପି କୁଇଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କାରେ ପହଞ୍ଚିଥିବାବେଳେ ବୁଟର ଏମଏସପି  କୁଇଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୫୨୩୦ ଟଙ୍କରେ ପହଞ୍ଚିଛି । ବାର୍ଲିର ଏମଏସପି  କୁଇଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ସହ ୧୬୩୫ ଟଙ୍କାରେ ପହଞ୍ଚିଛି ।

ଏହାଛଡ଼ା କେନ୍ଦ୍ର କ୍ୟାବିନେଟ୍  ବୟନ ଶିଳ୍ପ କ୍ଷେତ୍ର ପାଇଁ ୧୦,୬୮୩ କୋଟିର ଉତ୍ପାଦନ ସଂପର୍କିତ ପ୍ରେତ୍ସାହନ (ପିଏଲଆଇ)କୁ ମଂଜୁର କରିଛନ୍ତି ।

ସମ୍ବନ୍ଧିତ ଖବର