ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ଅଧିନକୁ ଆଣିବା ସପକ୍ଷରେ ସରକାର

ବିଜୁଳି ଓ ଷ୍ଟାମ୍ପ ଡ୍ୟୁଟି ଉପରେ ମଧ୍ୟ ବିଚାର କରାଯାଉଛି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ଏଗୁଡିକୁ ଜିଏସଟି ଅଧିନକୁ ଆଣିବାକୁ ସରକାରଙ୍କ ଉପରେ ଚାପ ବଢିଚାଲିଛି । ତେବେ ସରକାର ଏହା ପକ୍ଷରେ ରହିଛନ୍ତି, କିନ୍ତୁ ରାଜ୍ୟମାନଙ୍କ ସହ ସହମତି ଆସିବା ପରେ ହିଁ ଏଦିଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ।

ମଙ୍ଗଳବାରଦିନ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ପି.ଚିଦାମ୍ବରମ କହିଥିଲେ ଯେ ଏବେ ଦେଶର ୧୯ଟି ରାଜ୍ୟରେ ବିଜେପି ସରକାର ଥିବାସତ୍ତ୍ୱେ ସରକାର ହାହିଁକି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଆଣୁନାହାନ୍ତି ?

 

ଏହାର ଉତ୍ତର ରଖି ଜେଟଲୀ କହିଛନ୍ତି ଯେ ୟୁପିଏ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମୂଳ ଜିଏସଟି ଆଇନରେ ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନରେ ନଥିଲା । କାରଣ ୟୁପିଏ ସରକାର ଜାଣିଥିଲେ ଯେ ଏପରି କରିବା ଦ୍ୱାରା ରାଜ୍ୟମାନଙ୍କ ମଧ୍ୟରେ ସହମତି ସୃଷ୍ଟି ହେବ ନାହିଁ । ଆମେ ମଧ୍ୟ ରାଜ୍ୟମାନଙ୍କ ସହ ସହମତି ସୃଷ୍ଟି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ଓ ଆଶା କରୁଛୁ ଯେ ଏ ନେଇ ଆଜି ନହେଲେ କାଲି ସହମତି ସୃଷ୍ଟି ହେବ।

ଗତ ସପ୍ତାହରେ ଜିଏସଟି ସମ୍ପର୍କିତ ରାଜ୍ୟ ଅର୍ଥମନ୍ତ୍ରୀ କମିଟିର ଅଧ୍ୟକ୍ଷ ତଥା ବିହାର ଅର୍ଥମନ୍ତ୍ରୀ ସୁଶୀଲ କୁମାର ମୋଦି କହିଥିଲେ ଯେ ପେଟ୍ରୋଲିୟମ ଓ ଆଉ କେତେକ ସାମଗ୍ରୀ ଯଥା ବିଜୁଳି ଓ ଷ୍ଟାମ୍ପ ଡ୍ୟୁଟିକୁ ଜିଏସଟି ଅଧିନକୁ ଆଣିବା ଉପରେ ଜିଏସଟି ପରିଷଦ ବିଚାର କରିବ ।

ସମ୍ବନ୍ଧିତ ଖବର