ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (ଏମ୍ଆଇବି) ପକ୍ଷରୁ ଦୁଇଟି ଟିଭି ଚ୍ୟାନେଲ୍କୁ ନୋଟିସ୍ ଜାରି କରାଯାଇଛି। ଫେବ୍ରୁଆରି ୨୨ ତାରିଖରେ ପାକିସ୍ତାନୀ ସେନାର ମୁଖପାତ୍ର ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ସେ ସମୟର କଥାପକଥନକୁ ଟିଭିରେ ପ୍ରସାରଣ କରାଯାଇଥିବା ନେଇ ଦୁଇଟି ଟିଭି ଚ୍ୟାନେଲ୍କୁ ନୋଟିସ୍ ଜାରି କରାଯାଇଛି। କୁହାଯାଇଛି ଯେ ଏହା କେବୁଲ୍ ଟେଲିଭିଜନ୍ ନେଟଓ୍ଵର୍କସ ଆକ୍ଟ ୧୯୯୫ ନିର୍ଦ୍ଧାରିତ କୋଡ ଉଲଂଘନ କରୁଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତ୍ରିରଙ୍ଗା ଟିଭି ଓ ଏବିପି ନ୍ୟୁଜ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଦୁଇ ଟିଭି ଚ୍ୟାନେଲ୍ ମାନଦଣ୍ଡ ଭଙ୍ଗ କରିଥିବା ହେତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୋଟିସ୍ରେ କୁହାଯାଇଛି।
ଏ ନେଇ ଏହି ଦୁଇ ନ୍ୟୁଜ୍ ଚ୍ୟାନେଲ୍ ଓ ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ୍(ଏନ୍ବିଏ) ପକ୍ଷରୁ କୌରସି ଉତ୍ତର ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସମସ୍ତ ଟିଭି ଚ୍ୟାନେଲ୍ମାନଙ୍କୁ ହିଂସାକୁ ପ୍ରୋତ୍ସାହନା ଦେବା ପରି କୌଣସି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ମନା କରାଯାଇଥିଲା।