କାନ୍ଦାହାର ଓ ହୈରାତକୁ ନିଜ ଦଖଲକୁ ନେଲା ତାଲିବାନ, ଭାରତୀୟ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦୁଇଟି ବଡ଼ ସହର କାନ୍ଦାହାର ଓ ହୈରାତକୁ ନିଜ କବଜାକୁ ନେଲା ତାଲିବାନ। ଗତକାଲି ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ନିଜ କବଜାକୁ ନେଇଥିବା ତାଲିବାନ ଆଜି କାନ୍ଦାହାର ଓ ହୈରାତକୁ ହାତେଇ ନେଇଛି। ଏହାକୁ ଦେଖି ଆଫଗାନିସ୍ତାନରେ ଥିବା ଭାରତୀୟ ସାମ୍ବାଦିକଙ୍କ ପାଇଁ ଭାରତ ସରକାର ସୁରକ୍ଷା ପରାମର୍ଶ ଜାରି କରିଛନ୍ତି।

ଗ୍ରାଉଣ୍ଡ ରିପୋର୍ଟ ପାଇଁ ଆଫଗାନିସ୍ତାନରେ ପହଞ୍ଚୁଥିବା ଭାରତୀୟ ସାମ୍ବାଦିକଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଦେଶରେ ରହିବା ସମୟରେ ଏବଂ ଆନ୍ଦୋଳନ ସମୟରେ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ରଏଟର୍ସର ଫଟୋ ସାମ୍ବାଦିକ ଡାନିସ ସିଦ୍ଦିକୀଙ୍କ ମୃତ୍ୟୁର ଉଦାହରଣ ଦେଇ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ‌ଯେ, ନିକଟରେ ଏକ ଦୁଃଖଦ ଘଟଣା ଦର୍ଶାଇଥିଲା ଯେ ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକମାନଙ୍କ ଜୀବନ ପ୍ରତି ବିପଦ ରହିଛି।

Taliban capture Kandahar
indiatoday.in

ସୁରକ୍ଷା ପରାମର୍ଶରେ କୁହାଯାଇଛି ଯେ, ଭାରତୀୟ ସାମ୍ବାଦିକମାନେ ସୁ-ପ୍ରତିଷ୍ଠିତ ସୁରକ୍ଷା ଲଜିଷ୍ଟିକ୍ ସଂସ୍ଥାଗୁଡ଼ିକୁ ଚିହ୍ନଟ କରିବା ଉଚିତ, ଯେଉଁଗୁଡ଼ିକ ଆଫଗାନିସ୍ତାନରେ ରହିବା ଏବଂ ଯିବାଆସିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିପାରିବେ। ଏହା ସହ ଭାରତୀୟ ସାମ୍ବାଦିକମାନେ ଆଫଗାନିସ୍ତାନ ଆସିବା ପୂର୍ବରୁ ନିଜର ସମସ୍ତ ଦସ୍ତାବିଜ୍ ଏବଂ ନିଜ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରି ଆସିବା ଦରକାର ବୋଲି ସୁରକ୍ଷା ପରାମର୍ଶରେ କୁହାଯାଇଛି।

ସମ୍ବନ୍ଧିତ ଖବର