ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବାକୁ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ତ୍ୱରାନ୍ଵିତ କରିଛନ୍ତି। ତାଙ୍କର ପ୍ରତ୍ୟର୍ପଣ ନିମନ୍ତେ କେନ୍ଦ୍ର ସରକାର ଇଂଲଣ୍ଡରେ କୂଟନୈତିକ ଚାନେଲ୍ ବ୍ୟବହାର କରୁଛନ୍ତି।
ଜାନୁଆରି ୫ ତାରିଖ ଦିନ ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଥିଲେ। ଅଦାଲତଙ୍କ ରାୟ ପରେ ଭାରତୀୟ ଜନତା ପାର୍ଟି କହିଥିଲେ କି, ଏହି ରାୟ ହେଉଛି ଦୁର୍ନୀତି ବିରୋଧରେ ସରକାରଙ୍କ ସଂଗ୍ରାମର ଏକ ବାହାଦୁରି।
ମାଲ୍ୟାଙ୍କ ନାମରେ ୯୦୦୦ କୋଟି ଟଙ୍କାର ଋଣ ଖିଲାପ ଏବଂ କଳାଟଙ୍କା ଧଳା କରିବା ଅଭିଯୋଗ ରହିଛି। ଗତ ବର୍ଷ ଅଗଷ୍ଟ ମାସାରେ ପ୍ରଚଳିତ ହୋଇଥିବା ଫଜିଟିଭ୍ ଇକୋନମିକ୍ ଅଫେଣ୍ଡର୍ ଆକ୍ଟ୍ରେ ମାଲ୍ୟା ହେଉଛନ୍ତି ପ୍ରଥମ ଘୋଷିତ ଏଫ୍ଇଓ।
ଡିସେମ୍ବର ମାସରେ େଓ୍ଵଷ୍ଟ୍ମିନ୍ଷ୍ଟର୍ ମାଜିଷ୍ଟ୍ରେଟ୍ କୋର୍ଟ କହିଥିଲେ କି, ବିଚାର ଲାଗି ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇ ପାରେ।