ନାଗପୁର : ଏକ ଅଭାବନୀୟ ଘଟଣାକ୍ରମେ ଜଣେ ସରକାରୀ ଓକିଲ ବୁଧବାର ଜଣେ ବରିଷ୍ଠ ବିଚାରପତିଙ୍କୁ ମାଡ଼ମାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଜିଲ୍ଲା ଅଦାଲତ ପରିସରରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। କୋର୍ଟ ଭବନର ୬ ମହଲାରେ ବିଚାରପତି କିରନ ଦେଶପାଣ୍ଡେ ଲିଫ୍ଟରେ ଆସିବାକୁ ଅପେକ୍ଷା କରିଥିବା ବେଳେ ଅଚାନକ ସହକାରୀ ସରକାରୀ ଓକିଲ ଦୀପେଶ ପାରାଟେ ତାଙ୍କୁ ଆକ୍ରମଣ କରିଥିଲେ। ବିଚାରପତିଙ୍କୁ ସେ ଚାପୁଡ଼ା ମାରିବା ପରେ ୬ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ଓକିଲଙ୍କୁ ତୁରନ୍ତ କାବୁ କରି ନେଇଥିଲେ ଏବଂ ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ଦୀପେଶଙ୍କ ପିତାଙ୍କ ବିରୋଧରେ ଏକ ଜମି ମାମଲାରେ ରାୟ ଆସିବା ପରେ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।
ବିଚାରପତିଙ୍କୁ ପିଟିଲେ ସରକାରୀ ଓକିଲ : ଆତ୍ମହତ୍ୟା ଉଦ୍ୟମ ପରେ ଗିରଫ
/sambad/media/post_attachments/wp-content/uploads/2018/12/jud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)