ବିଦେଶୀ ଯୋଗଦାନକାରୀଙ୍କ ନାଁରେ ଥିବା ମାମଲା ଖାରଜ କରି ବମ୍ବେ ହାଇକୋର୍ଟ କହିଲେ: ଅନ୍ୟର ଭୁଲ୍‌ ପାଇଁ ସରକାର ତବଲିଗି ଜମାତକୁ ଦାୟୀ କରୁଛନ୍ତି

ମୁମ୍ବାଇ: ଏ ବର୍ଷ ମାର୍ଚ ମାସରେ ଦିଲ୍ଲୀରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକମାନଙ୍କୁ ଅନ୍ୟର ଭୁଲ୍‌ ପାଇଁ ଦାୟୀ କରାଯାଇଥିବା ଏବଂ ଦେଶରେ କୋଭିଡ୍-୧୯ ବିସ୍ତାର କରାଇବାରେ ସେମାନେ ଦାୟୀ ବୋଲି ଅଭିଯୋଗ ଉଠାଯାଇଥିବା କଥା ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୯ ଜଣ ବିଦେଶୀଙ୍କ ବିପକ୍ଷରେ ଫାଇଲ୍‌ ହୋଇଥିବା ଏଫ୍ଆଇଆର୍‌ ଖାରଜ କରି ଅଗଷ୍ଟ ୨୧ ତାରିଖ ଦିନ ବିଚାରପତି ଟି ଭି ନଲୱାଡ଼େ ଏବଂ ଏମ୍ ଜି ସିଉଲିକର୍‌ଙ୍କ ଖଣ୍ଡପୀଠ ଏ କଥା କହିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ପୁଲିସ ଏହି ମାମଲାରେ ଯନ୍ତ୍ରଭଳି କାମ କରିଥିବା ବେଳେ ରାଜ୍ୟ ସରକାର ରାଜନୈତିକ ପ୍ରବୃତ୍ତି ଅନୁସାରେ କାମ କରିଛନ୍ତି।

ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା, ମହାମାରୀ ବ୍ୟାଧି ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ପର୍ଯ୍ୟଟନ ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରି ତବଲିଗି ଜମାତରେ ଯୋଗ ଦେଇଥିବା ୨୯ଜଣ ବିଦେଶୀ ନାଗରିକଙ୍କୁ ବୁକ୍ କରାଯାଇଥିଲା।

Image Courtesy of Mangalore Today

ଅଦାଲତ ନିଜ ଆଦେଶରେ କହିଛନ୍ତି ଯେ, ମହାମାରି କିଂବା ଦୁର୍ବିପାକ ବେଳେ ରାଜନୈତିକ ସରକାର ଜଣକର ଭୁଲ୍ ଲାଗି ଅନ୍ୟଜଣଙ୍କୁ ଦାୟୀ କରିବାକୁ ଉଦ୍ୟମ କରେ। ପରିସ୍ଥିତିରୁ ଜଣାପଡୁଛି ଯେ, ଏହି ବିଦେଶୀମାନଙ୍କୁ ଅନ୍ୟର ଭୁଲ୍‌ ନିମନ୍ତେ ଦାୟୀ କରିବାକୁ ଚୟନ କରାଯାଇଥିବାର ସମ୍ଭାବନା ରହିଛି।

ଆଦେଶନାମାରେ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଦିଲ୍ଲୀର ମର୍କଜକୁ ଆସିଥିବା ବିଦେଶୀଙ୍କ ବିରୋଧରେ ଭାରି ପ୍ରଚାର ଚାଲିଥିଲା। ଏହି ତଥାକଥିତ ଧାର୍ମିକ ଅନୁଷ୍ଠାନ ବିରୋଧରେ ପ୍ରଚାର ଅକ୍ଷମଣୀୟ। ଏହି କାର୍ଯ୍ୟକ୍ରମ ୫୦ରୁ ଅଧିକ ବର୍ଷ ହେବ ଚାଲିଛି ଏବଂ ମର୍କଜ ବର୍ଷ ସାରାରେ ସେଠାରେ ଅଛି।

ଏହି ବିଦେଶୀମାନଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁତାପ କରି ଏହାଦ୍ବାରା ସେମାନଙ୍କର ହୋଇଥିବା କ୍ଷତି ଭରଣା ନିମନ୍ତେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି ବୋଲି ଅଦାଲତ କହିଛନ୍ତି।

 

ସମ୍ବନ୍ଧିତ ଖବର