ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ମୋଡକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି | ଫାଷ୍ଟ ଟ୍ୟାଗକୁ ନେଇ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ସରକାର | ଏଣିକି କେବଳ ଫାଷ୍ଟ ଟ୍ୟାଗ୍ ଉପଭୋକ୍ତାଙ୍କୁ ରାଜପଥ ଟୋଲ ପ୍ଲାଜାରେ ରିହାତି ମିଳିବ। ଏ ନେଇ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି |

Advertisment

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ (ମୂଲ୍ୟ ନିର୍ଣ୍ଣୟ ଏବଂ ସଂଗ୍ରହ) ନିୟମ, ୨୦୦୮ରେ ସଂଶୋଧନ କରିଛି | ଏହି ସଂଶୋଧନରେ ଯେଉଁ ଫାଷ୍ଟ ଟ୍ୟାଗ୍ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରି ଫେରି ଆସୁଛନ୍ତି, କେବଳ ସେହିମାନଙ୍କୁ ହିଁ ରିହାତି ମିଳିବ | ଫାଷ୍ଟ ଟ୍ୟାଗ୍ ନଥିଲେ ରିହାତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର |

ରିହାତି ଦେୟ ପ୍ରି-ପେଡ ଇନଷ୍ଟ୍ରୁମେଣ୍ଟ, ସ୍ମାର୍ଟ କାର୍ଡ ବା ଫାଷ୍ଟ ଟ୍ୟାଗ୍ ଜରିଆରେ ଦିଆଯିବ | ଯଦି ଫାଷ୍ଟ ଟ୍ୟାଗ୍ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଫେରୁଛନ୍ତି, ତେବେ ରିହାତି ଦେୟ ପାଇଁ ତାଙ୍କୁ କୌଣସି ରିସିପ୍ଟ ଦେଖାଇବାକୁ ପଡିବ ନାହିଁ | ଆପେ ଆପେ ରିହାତି ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯିବ |

Govt Makes FASTag Mandatory For Availing All Discounts At Toll ... Swarajya

ସୂଚନା ମୁତାବକ, ଟୋଲ ପ୍ଲାଜାଗୁଡ଼ିକରେ ଗାଡ଼ି ଫି ଆଦାୟ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଏଥିପାଇଁ ଅନେକ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଥିଲା | ଏପରି ସମସ୍ୟାକୁ ଦୂର କରିବା ପାଇଁ ଗାଡ଼ିରେ ସ୍ବତନ୍ତ୍ର ଫାଷ୍ଟ ଟ୍ୟାଗ୍ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ଏହି ଫାଷ୍ଟ ଟ୍ୟାଗ ସହିତ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରାଯାଇଥିବା ସହ ଗାଡ଼ି ଟୋଲ ପ୍ଲାଜାରେ ଲାଗିବା ମାତ୍ରେ ସ୍ବୟଂକ୍ରିୟ ପଦ୍ଧତିରେ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଫି ବାବଦରେ ଟଙ୍କା କଟିଯାଇଥାଏ। ଫଳରେ ଅଧିକ ସମୟ ଧରି ଆଉ ଗାଡ଼ିକୁ ଠିଆ ହେବାକୁ ପଡ଼େନି। ୱାନ୍ ନେସନ୍ ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଦ୍ବାରା ସାରା ଦେଶରେ ଥିବା ଟୋଲ ପ୍ଲାଜାଗୁଡ଼ିକରେ ଗୋଟିଏ ପଦ୍ଧତିରେ ଟୋଲ ଫି ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖି ଏହି ସୁବିଧା ଆଣିଥିଲେ।