ପାଠପଢ଼ାର ଚାପରୁ ମୁକ୍ତ ରଖିବା ପାଇଁ ୧୦୦ କୋଟି ଟଙ୍କାରେ କୋଟାରେ ସରକାର ନିର୍ମାଣ କରୁଛନ୍ତି ପାର୍କ

କୋଟା: ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଭାରତର ବିଭିନ୍ନ ସହରରୁ ଛାତ୍ରଛାତ୍ରୀମାନେ ରାଜସ୍ଥାନର କୋଟା ସହରକୁ ଯାଇଥାନ୍ତି | ଏକ ତଥ୍ୟ ମୁତାବକ ଆଇଆଇଟି- ଜେଇଇ ଓ ନିଟ ଭଳି ପରୀକ୍ଷାର କୋଚିଂ ନେବାକୁ ସାରା ଦେଶରୁ ପ୍ରାୟ ୧ ଲକ୍ଷ ୭୫ ହଜାର ପିଲା କୋଟାକୁ ଆସିଥାନ୍ତି | କିଭଳି ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିହେବ ସେଥିପାଇଁ ଏଠାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଢଙ୍ଗରେ ଶିକ୍ଷା ଦିଆଯାଏ |

ଆଉ ଛାତ୍ରଛାତ୍ରୀମାନେ ସଫଳ ହେବାକୁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି | ତେବେ ପାଠପଢ଼ାର ଚାପରୁ ମୁକ୍ତ ରଖିବା ପାଇଁ ଏବେ ରାଜ୍ୟ ସରକାର କୋଟାରେ ୧୦୦ କୋଟି ଟଙ୍କାରେ ଏକ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ଏଠାରେ ମାଡ୍ରିଦର ରେଟରୋ ଓ ନ୍ୟୁୟର୍କର ସିଟି ପାର୍କ ଢାଞ୍ଚାରେ ନିର୍ମାଣ କରିବେ |

ଏହି ପାର୍କ ବାବଦରେ ସୂଚନା ଦେଇ ସହର ବିକାଶ ମନ୍ତ୍ରୀ ଶାନ୍ତି କୁମାର କହିଛନ୍ତି ଯେ ପାର୍କରେ ୭୨ ପ୍ରତିଶତ ଅଞ୍ଚଳରେ ଗଛ ଲଗାଯିବ ଓ ୧୬ ପ୍ରତିଶତ ଅଂଚଳରେ ଜଳାଶୟ ସୃଷ୍ଟି କରାଯିବ | ଏହି ପାର୍କରେ ପ୍ରାୟ ୫୦ ହଜାରଟି ଛୋଟବଡ ଗଛ ଲଗାଯିବାକୁ ଯୋଜନା ରଖାଯାଇଥିବାବେଳେ ୱାଇଫାଇ କାଫେ, ପ୍ଲେ ଜୋନ, ବଟାନିକାଲ ଗାର୍ଡେନ ବ୍ୟବସ୍ଥା ରହିବ | ସେହିପରି ବିଶ୍ୱକୁ ବଞ୍ଚାଅର ବାର୍ତ୍ତା ଦେଉଥିବା ୪ ଜଣ ବୈଜ୍ଞାନିକଙ୍କ ପ୍ରତିମା ସହ କୋଚିଂ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ବାତାବରଣ ସୃଷ୍ଟି କରାଯିବ |

ସମ୍ବନ୍ଧିତ ଖବର