କରୋନା ମୁକାବିଲା ପାଇଁ ସରକାରଙ୍କ ନୂଆ ରଣନୀତି : ରେଡ୍‌, ଅରେଂଜ, ଗ୍ରିନ୍‌ ଜୋନ୍‌ରେ ବିଭକ୍ତ ହେବ ଦେଶ

ନୂଆଦିଲ୍ଲୀ : ଆଉ ୨ ଦିନ ପରେ ୨୧ ଦିନର ଲକ୍‌ଡାଉନ୍‌ ଅବଧି ଶେଷ ହେବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ନେଇ ଆଲୋଚନା କରିଥିଲେ। ଲକ୍‌ଡା‌ଉନ୍‌ ଅବଧି ବଢ଼ାଇବାପାଇଁ ସବୁ ରାଜ୍ୟ ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲେ। ମୋଦୀ ମଧ୍ୟ ଲକ୍‌ଡାଉନ୍‌ ବଢ଼ିବା ନେଇ ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି। ତେବେ ସରକାରୀ ସୂତରୁ ମିଳିଥିବା ସୂଚନାନୁଯାୟୀ କରୋନା ମୁକାବିଲା ପାଇଁ ସରକାର ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ସରକାର ଦେଶକୁ ରେଡ୍‌, ଅଂରେଜ ଏବଂ ଗ୍ରିନ୍‌ ଜୋନ୍‌ରେ ବିଭକ୍ତ କରିବାପାଇଁ ଯୋଜନା କରିଛନ୍ତି। କେଉଁ ସ୍ଥାନରେ କରୋନା ସଂକ୍ରମଣର ମାତ୍ରା କେତେ ରହିଛି ସେହି ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳକୁ ରେଡ୍‌, ଅଂରେଜ୍‌ ଏବଂ ଗ୍ରିନ୍‌ ଜୋନ୍‌ରେ ବିଭକ୍ତ କରାଯିବ।

ଯେଉଁ ସ୍ଥାନରେ ସଂକାତ୍ରା ସବୁଠୁ ଅଧିକ ରହିଥିବ ଏବଂ ଅଧିକାଂଶ ଅଞ୍ଚଳ ହଟ୍‌‌ସ୍ପଟ୍‌ ଘୋଷଣା ହୋଇଥିବ ସେହି ସ୍ଥାନକୁ ରୋଡ୍‌ ଜୋନ୍‌ରେ ପରିଣତ କରାଯିବ। ରେଡ୍‌ ଜୋନ୍‌ରେ କୌଣସି କାର୍ଯ୍ୟ ପାଇଁ ଅନୁମତି ମିଳିବନି। ଅଂରେଜ୍‌ ଜୋନ୍‌ରେ ସଂକ୍ରମଣର ମାତ୍ରା ଅପେକ୍ଷାକୃତ କମ୍‌ ରହିଥିବ। ଏଠାରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଆଂଶିକ କଟକଣା ଲାଗୁ ହେବ। ଅଂ‌ରେଜ୍‌ ଜୋନ୍‌ରେ ଖୁବ୍‌ କମ୍‌ ଗାଡ଼ି ଚଳାଚଳ ପାଇଁ ଅନୁମତି ମିଳିବ ଏବଂ ଚାଷ କାର୍ଯ୍ୟ ପାଇଁ ବି ଅନୁମତି ମିଳିବ। ଗ୍ରିନ୍‌ ଜୋନ୍‌ରେ ଆଦୌ ସଂକ୍ରମଣ ନଥିବ। ତେଣୁ ଏଠାରେ ବିଶେଷ କିଛି କଟକଣା ରହିବ ନାହିଁ। ଏହି ଗ୍ରିନ୍‌ ଜୋନ୍‌ ଅଧୀନରେ ଆସୁଥିବା ଏମ୍‌ଏସଏମ୍‌ଇ ଶିଳ୍ପସଂସ୍ଥା ଗୁଡ଼ିକ କାର୍ଯ୍ୟକ୍ଷମ ରହିବ ଏବଂ ଏଠାରେ କର୍ମଚାରୀମାନଙ୍କୁ ସାମାଜିକ ଦୂରତ୍ବ ଅବଲମ୍ବନ କରି କାମ କରିବାର ଅନୁମତି ମିଳିବ। ଗ୍ରିନ୍‌ ଏବଂ ଅଂରେଜ୍‌ ଜୋନ୍‌ ଅଧୀନରେ ଉପଯୁକ୍ତ ସାମାଜିକ ଦୂରତ୍ବ ରଖି କୃଷି କାର୍ଯ୍ୟ ପାଇଁ ଅନୁମତି ମିଳିବ। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରେନ୍‌ ସେବା ଏବଂ ଘରୋଇ ବିମାନ ସେବା ମଧ୍ୟ ଆରମ୍ଭ ହେବ। ଦିଲ୍ଲୀରେ ୩୦ ପ୍ରତିଶତ ଯାତ୍ରୀଙ୍କ ପାଇଁ ମେଟ୍ରୋ ସେବା ଆରମ୍ଭ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର