୧୨ଶହ ଆଇପିଏସ ଅଧିକାରୀଙ୍କ ଚାକିରି ଖଣ୍ଡାଧାରରେ, ପ୍ରଦର୍ଶନକୁ ନେଇ ସରକାର ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ପ୍ରାୟ ୧୨ଶହ ଆଇପିଏସ ଅଫିସରଙ୍କ ପ୍ରଦର୍ଶନକୁ ନେଇ କେନ୍ଦ୍ର ସରକାର ସନ୍ତୁଷ୍ଟ ନାହାନ୍ତି । ଗତ ୩ ବର୍ଷରେ କେନ୍ଦ୍ର ଗୃହମନ୍ତ୍ରାଳୟ ପ୍ରାୟ ୧୧୮୧ ଜଣ ଆଇପିଏସ ଅଫିସରଙ୍କ ସର୍ଭିସ ରେକର୍ଡ ଅନୁଧ୍ୟାନ କରୁଥିଲେ । ଏହି ପ୍ରକ୍ରିୟା ଏକ ନିୟମିତ ପ୍ରକ୍ରିୟା ହୋଇଥିବାରୁ ଆଗକୁ ଆହୁରି ଅଧିକ ଆଇପିଏସଙ୍କ ରେକର୍ଡ ସମୀକ୍ଷା ହୋଇପାରେ ।

ଫଳରେ ଆଗକୁ ଭଲ ପ୍ରଦର୍ଶନ କରୁନଥିବା ଅଫିସରଙ୍କ ସଂଖ୍ୟା ବଢିପାରେ । ଅଲ ଇଣ୍ଡିଆ ସର୍ଭିସ ରୁଲ୍ସ (ଡେଥ ଏଣ୍ଡ ରିଟାୟାରମେଣ୍ଟ ବେନିଫିଟ) ରୁଲ୍ସ ୧୯୫୮ ଅଧିନରେ ସରକାର ଏହି ସର୍ଭିସ ରେକର୍ଡ ସମୀକ୍ଷା କରୁଛନ୍ତି । ଏହି ସର୍ଭିସ ରୁଲ ଆନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କୌଣସି ଆଇପିଏସ ଅଧିକାରୀଙ୍କୁ ଆଗୁଆ ଅବସର ଦେଇପାରନ୍ତି । ଏଥିପାଇଁ ୩ ମାସ ଆଗରୁ ନୋଟିସ ଦେଇହେବ ବା ଆବଶ୍ୟକ ପଡିଲେ ୩ ମାସର ଦରମା ଓ ଭତ୍ତା ସହ ଏହା କରିହେବ । କେବଳ ଆଇପିଏସ ନୁହଁନ୍ତି ଆଇଏଏସ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୋଇପାରିବ ।

ସମ୍ବନ୍ଧିତ ଖବର