ନୂଆଦିଲ୍ଲୀ: କୋଭୋଭାକ୍ସକୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କଲା ସରକାରୀ ପାନେଲ। ୧୨ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ କୋଭୋଭାକ୍ସକୁ ମଞ୍ଜୁରୀ ଦେବାକୁ କରାଗଲା ସୁପାରିଶ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା କୋଭୋଭାକ୍ସକୁ ମିଳିଲା ଅନୁମତି। ୧୨-୧୭ବର୍ଷ ବୟସର ପିଲାଙ୍କୁ କୋଭୋଭାକ୍ସ ଟିକା ଦେବା ପାଇଁ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ)ର ଷ୍ଟାଣ୍ଡିଂ ଟେକ୍ନିକାଲ୍ ସବ୍ କମିଟି (ଏସଟିଏସସି)କୁ ସୁପାରିଶ କରାଯାଇଛି |
ଏହା ପୂର୍ବରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିଡ୍ ପ୍ରତିରୋଧକ ଟିକା କୋଭୋଭାକ୍ସକୁ ଜରୁରୀ ବ୍ୟବହାର ପାଇଁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଥିଲା। ଏବେ କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଏନଟିଏଜିଆଇକୁ ସୁପାରିଶ କରିଛି ଯେ କୋଭୋଭାକ୍ସକୁ ୧୨-୧୭ବର୍ଷ ବୟସ୍କଙ୍କ ପାଇଁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ।
ତେବେ ଦେଶରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଉପଲବ୍ଧ ହେଉଥିବା କରୋନା ପ୍ରତିରୋଧକ ଟିକା ସଂଖ୍ୟା ଏବେ ୪ରେ ପହଞ୍ଚିଛି। ଏବେ ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକାକରଣ ନିମନ୍ତେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ପ୍ରୟୋଗ କରାଯାଉଛି । ଏହା ସହ ଡିସିଜିଆଇ ପ୍ରଥମେ ଜାଇକୋଭ-ଡି ଟିକାକୁ ୧୨ ବର୍ଷର ପିଲାଙ୍କ ପାଇଁ ଜରୁରୀ ବ୍ୟବହାର ନିମନ୍ତେ ମଂଜୁରି ଦେଇଛି। ତେବେ ମାର୍ଚ୍ଚ ୧୬ରୁ ଭାରତ ୧୨ରୁ ୧୪ବର୍ଷ ବୟସର ପିଲାମାନଙ୍କୁ ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସ ଦେବା ଆରମ୍ଭ କରିଛି।