ଦିଲ୍ଲୀ : ୫୦ ପୂର୍ବତନ ସାଂସଦ ଛାଡ଼ୁ ନାହାନ୍ତି ସରକାରୀ ବଙ୍ଗଳା

ନୂଆଦିଲ୍ଲୀ : ପାଖାପାଖି ୫୦ ସାଂସଦ ଏ ଯାଏ ଦିଲ୍ଲୀର ସରକାରୀ ଘର ଛାଡୁ ନାହାନ୍ତି। ପୂର୍ବ ଲୋକସଭା ଭଙ୍ଗ ହେବାର ଏହା ମଧ୍ୟରେ ୫ ମାସ ବିତିବାକୁ ବସିଥିବାବେଳେ ପୂର୍ବତନ ସାଂସଦମାନେ ସରକାରୀ ବଙ୍ଗଳାର ମୋହ ଛାଡ଼ିପାରୁ ନାହାନ୍ତି। ଗତ ଅଗଷ୍ଟ ୧୯ ତାରିଖରେ ସି.ଆର୍‌. ପାଟିଲଙ୍କ ନେତୃତ୍ବରେ ଗଠିତ ଲୋକସଭା ହାଉସିଂ କମିଟି ୨୦୦ ଜଣ ପୂର୍ବତନ ସାଂସଦଙ୍କୁ ଘର ଛାଡ଼ିବାକୁ ନୋଟିସ ଜାରି କରିଥିଲେ। ସେମାନେ ସପ୍ତାହେ ମଧ୍ୟରେ ଘର ଛାଡ଼ିବାକୁ ଏହି କମିଟି ନିର୍ଦ୍ଦେଶ ଦେଇଥିବାବେଳେ ଅଧିକାଂଶ ପୂର୍ବତନ ସାଂସଦ ଏଯାଏ ସରକାରୀ ଘର ଛାଡ଼ିନାହାନ୍ତି। ନିୟମ ଅନୁସାରେ, ପୁରୁଣା‌ ଲୋକସଭା ଭଙ୍ଗ ହେବାର ମାସକ ମଧ୍ୟରେ ପୂବର୍ତନ ସାଂସଦମାନେ ସରକାରୀ ଘର ଖାଲି କରିବା କଥା।

ସମ୍ବନ୍ଧିତ ଖବର