ଲୋକପାଳ ପାଇଁ ସରକାରଙ୍କ ନିଦ ଭାଙ୍ଗିଲା

ନୂଆଦିଲ୍ଲୀ: ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଲୋକପାଳ ଗଠନ ପାଇଁ ସରକାରଙ୍କ ନିଦ ଭାଙ୍ଗିଛି। ଲୋକପାଳ ଆଇନ କାର୍ଯ୍ୟକାରୀ ହେବାର ପ୍ରାୟ ୫ ବର୍ଷ ପରେ ସରକାର ଏହାର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି କରିବା ଲାଗି ବିଜ୍ଞାପନ ଜାରି କରିଛନ୍ତି। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୫ ବର୍ଷରୁ କମ୍ ବୟସର ବ୍ୟକ୍ତିମାନେ ଏଥିପାଇଁ ଆବେଦନ କରିପାରିବେ ନାହିଁ। ନିୟମ ଅନୁଯାୟୀ ଲୋକପାଳରେ ଜଣେ ଅଧ୍ୟକ୍ଷ ଏବଂ ୮ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରୁ ୪ ଜଣ ନ୍ୟାୟିକ ସଦସ୍ୟ ହୋଇଥିବା ଆବଶ୍ୟକ। ଅଧ୍ୟକ୍ଷ ଓ ସଦସ୍ୟମାନେ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ୭୦ ବର୍ଷ ବୟସ ହେବା କାର୍ଯ୍ୟ କାର୍ଯ୍ୟ କରିପାରି‌ବେ। ଆବେଦନ ପାଇଁ ଶେଷ ତାରିଖ ଫେବ୍ରୁଆରି ୨୨ ରହିଛି। ଅଧ୍ୟକ୍ଷ ଓ ସଦସ୍ୟମାନେ ପୁନଃନିଯୁକ୍ତ ହୋଇପାରିବେ ନାହିଁ ବୋଲି ବିଜ୍ଞାପନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର