ପଦାକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘରତିଆରି ମାସ୍କ ପିନ୍ଧନ୍ତୁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ନିମନ୍ତେ ପଦାକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘରତିଆରି “ଫେସ୍ ମାସ୍କ୍’ ବା “ମୁଖାବରଣ’ ବ୍ୟବହାର କରିବାକୁ ଆଜି କେନ୍ଦ୍ର ସରକାର କହିଛନ୍ତି ।

ଏହି “ମାସ୍କ୍’ ସଂକ୍ରାନ୍ତରେ ଭାରତ ସରକାର ଏକ ଗାଇଡ୍ ମଧ୍ୟ ପ୍ରକାଶ କରିସାରିଛନ୍ତି ।

ସେଥିରେ କୁହାଯାଇଛି ଯେ ଏହି ମୁହଁ ଆବରଣ ସ୍ୱାସ୍ଥ୍ୟକର୍ମୀ, “କୋଭିଡ୍-୧୯’ ଆକ୍ରାନ୍ତ ଓ ସେମାନଙ୍କ ସହ କାମ କରୁଥିବା ଅବା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଉପରୋକ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ କିସମର ମୁଖାବରଣ ଏବଂ ଅନ୍ୟାନ୍ୟ ପରିଧାନ ଅନୁମୋଦିତ ହୋଇଛି ।

Image Source: India Today

ଜଣେ ବ୍ୟବହାର କରୁଥିବା ଘରତିଆରି “ମାସ୍କ’କୁ ଅନ୍ୟ ଜଣେ ବ୍ୟବହାର କରିବା ଅନୁଚିତ । ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ୨ଟି ଲେଖାଏଁ “ମାସ୍କ’ ପାଖରେ ରଖିବା ଉଚିତ । ମୁହଁରେ ବାନ୍ଧିଥିବା “ମାସ୍କ’କୁ ସାବୁନ ଓ ଗରମପାଣିରେ ସଫା କରିବା ଆବଶ୍ୟକ । “ମାସ୍କ’ ବାନ୍ଧିବା ପୂର୍ବରୁ ହାତକୁ ଭଲଭାବେ ଧୋଇବା ଉଚିତ ।

Image Source: India Today

ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀଙ୍କ ଦେଖାଶୁଣା କରୁଥିବା ସୁସ୍ଥ ବ୍ୟକ୍ତିବିଶେଷ “ମାସ୍କ’ ପିନ୍ଧିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।
ଆମେରିକୀୟମାନେ “ସାଦା ମାସ୍କ’ ବ୍ୟବହାର କରନ୍ତୁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ ମଧ୍ୟ ଅନୁମୋଦନ କରିଛନ୍ତି । କିନ୍ତୁ, ଏହା ବାଧ୍ୟତାମୂଳକ ନୁହେଁ  ଏବଂ ସେ ନିଜେ “ମାସ୍କ’ ପିନ୍ଧିବେ ନାହିଁ ବୋଲି ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି ।

ସମ୍ବନ୍ଧିତ ଖବର