ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚାକିରି କ୍ଷେତ୍ରରେ ପଦବୀ ପୂରଣ କରିବାରେ କୌଣସି କଟକଣା କିଂବା ନିଷେଧାଜ୍ଞା ନାହିଁ ବୋଲି ଶନିବାର ଦିନ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି କାରଣରୁ ସରକାରୀ ସମ୍ବଳ ଉପରୁ ଚାପ ହ୍ରାସ କରିବା ଲାଗି କେନ୍ଦ୍ରୀୟ ମନ୍ତ୍ରାଳୟମାନଙ୍କରେ ନୂଆ ପଦବୀ ସୃଷ୍ଟି ଉପରେ ନିଷେଧାଦେଶ ଜାରି କରିବାର ଦିନକ ପରେ ଅର୍ଥ ମନ୍ତ୍ରାଳୟ ଏଭଳି ସ୍ପଷ୍ଟିକରଣ ଦେଇଛି।
ଆଜି ଏକ ନୂଆ ସର୍କ୍ୟୁଲାର୍ରେ ମନ୍ତ୍ରାଳୟ କହିଛି ଯେ, କେତେକ ସରକାରୀ ଏଜେନ୍ସି ଜରିଆରେ ସାଧାରଣ ମନୋନୟନ ପ୍ରକ୍ରିୟା ଚାଲୁ ରହିବ। ଶୁକ୍ରବାରର ସର୍କ୍ୟୁଲାର୍ କେବଳ ପଦବୀ ସୃଷ୍ଟି ସମ୍ବନ୍ଧୀୟ ଅଭ୍ୟନ୍ତରୀଣ ପ୍ରକ୍ରିୟା ପ୍ରସଙ୍ଗରେ ଜାରି ହୋଇଥିଲା।
ଅର୍ଥମନ୍ତ୍ରାଳୟ କହିଛି, ଭାରତ ସରକାରରେ ପଦବୀ ପୂରଣ ନିମନ୍ତେ କୌଣସି କଟକଣା କିଂବା ନିଷେଧାଜ୍ଞା ନାହିଁ। ଷ୍ଟାଫ୍ ସିଲେକ୍ସନ୍ କମିସନ୍, ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍, ରେଲ୍ୱେ ରିକୃଇଟ୍ମେଣ୍ଟ୍ ବୋର୍ଡ ଭଳି ସରକାରୀ ଏଜେନ୍ସିଙ୍କ ମାଧ୍ୟମରେ ସାଧାରଣ ମନୋନୟନ ବିନା କୌଣସି କଟକଣାରେ ସ୍ବାଭାବିକ ଭାବେ ଚାଲିବ।
୨୦୨୦ ସେପ୍ଟେମ୍ବର ୪ ତାରିଖ ‘ଡିପାର୍ଟମେଣ୍ଟ୍ ଅଫ୍ ଏକ୍ସପେଣ୍ଡିଚର୍’ ସର୍କ୍ୟୁଲାର୍ ପଦବୀ ସୃଷ୍ଟି ସମ୍ବନ୍ଧୀୟ ଅଭ୍ୟନ୍ତର ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ। ଏହା ଚାକିରି ମନୋନୟନକୁ ପ୍ରଭାବିତ କିଂବା କାଣ୍ଟଛାଣ୍ଟ କରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ns.jpg)