ନୂଆଦିଲ୍ଲୀ: ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ଫେସ୍ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି । ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଜରୁରୀ କମୋଡିଟି ଆକ୍ଟରୁ ହଟାଇ ଦେଇଛି।
ନିଷ୍ପତ୍ତିକୁ ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀଗୁଡିକ ଏବେ ନିଜ ହିସାବରେ ଫେସ୍ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ । ଫେସ୍ ମାସ୍କ ଏବଂ ସାନିଟାଇଜର ତିଆରି କରିବା ପାଇଁ କମ୍ପାନିମାନେ ବ୍ୟବହାର କରୁଥିବା ଉପାଦାନ ହିସାବରେ ଏହାର ମୂଲ୍ୟ କମ ବା ବଢ଼ାଇ ପାରିବେ ।
The Economic Timesଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫ରେ ସମସ୍ତ ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ କଠୋର ବ୍ୟବସ୍ଥା ରହିଛି, ଯାହା ଆଇନ ଅନୁଯାୟୀ “ଜରୁରୀ” ଭାବରେ ତାଲିକାଭୁକ୍ତ | ମାର୍ଚ୍ଚ ମାସରେ ଦେଶରେ କୋଭିଡ-୧୯ ମାମଲା ବଢ଼ିବା ଆରମ୍ଭ ହେବାପରେ ବଜାରରେ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଅଭାବ ଦେଖାଯାଇଥିଲା । ଏହାକୁ ନଜରରେ ରଖି ସରକାର ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-48.jpg)