କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପିର ବ୍ୟବହାରକୁ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି | ଆଗକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ସାହାଯ୍ୟ ନିଆଯିବ ନାହିଁ | ସୋମବାର ଏକ ସରକାରୀ ନିଯୁକ୍ତ ଟାସ୍କଫୋର୍ସ ଏହି ନିଷ୍ପତ୍ତି ନେଇଛି। ବୟସ୍କ କୋଭିଡ-୧୯ ରୋଗୀଙ୍କ ପରିଚାଳନା ପାଇଁ ସଂଶୋଧିତ କ୍ଲିନିକାଲ ଗାଇଡଲାଇନରେ, କନଭାଲେସେଣ୍ଟ ପ୍ଲାଜମା ଥେରାପିର ବ୍ୟବହାରକୁ ‘ଅଫ୍ ଲେବଲ୍ ଚିକିତ୍ସା’ ଭାବରେ ମଧ୍ୟ ହଟାଇ ଦିଆଯାଇଛି |

ସୂଚନା ମୁତାବକ, ପ୍ଲାଜମା ଥେରାପିକୁ ନେଇ ସୃଷ୍ଟି ହୋଇଥିଲା ବଡ ସନ୍ଦେହ । ଏ ନେଇ ଲାନସେଟ୍ ପ୍ରଶ୍ନ ଉଠାଇବା ପରେ ବଡ ବିତର୍କ ଆରମ୍ଭ ହୋଇଥିଲା । ‘ପ୍ଲାଜାମା ଥେରାପି’କୁ ବାଦ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଆଇସିଏମ୍ଆର । କରୋନା ମହାମାରୀ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସ ବୈଠକରେ ପ୍ଲାଜମା ଚିକିତ୍ସାକୁ ବାଦ ଦେବା ନେଇ ଆଲୋଚନା ହୋଇଥିଲା । ଶେଷରେ ପ୍ଲାଜମା ଥେରାପିର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

Plasma therapy dropped as treatment for Covid-19 | Deccan Herald
Deccan Herald

ଉଲ୍ଲେଖଯୋଗ୍ୟ, କୋଭିଡ -୧୯ ମହାମାରୀ ଭାରତରେ ଆରମ୍ଭ ହୋଇଥିବା ସମୟରେ, ପ୍ଲାଜମା ଥେରାପି କୋଭିଡ -୧୯ ପାଇଁ ଏକମାତ୍ର ଚିକିତ୍ସା ଭାବରେ ଲୋକପ୍ରିୟ ହୋଇଥିଲା ଏବଂ ମଧ୍ୟମରୁ ଗମ୍ଭୀର ଲକ୍ଷଣ ଥିବା କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏହା ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଥିଲା | ହେଲେ ଏବେ ଅଧିକ ଅନୁସନ୍ଧାନ ପରେ ଏହା ପ୍ରମାଣିତ ହୋଇଛି ଯେ ସଂକ୍ରମଣର ଗମ୍ଭୀରତାକୁ ହ୍ରାସ କିମ୍ବା ନିୟନ୍ତ୍ରଣ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ। ଏହା ପ୍ରମାଣ ହେବା ପରେ ଏବେ ଏହାର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର |

ସମ୍ବନ୍ଧିତ ଖବର