ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ପାଇଁ ୭୨୧୪ କୋଟି ମଞ୍ଜୁର କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ରୁ ୭୨୧୪.୦୩ କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି । ଏଥିରେ ହିମାଚଳ ପ୍ରଦେଶ (ବନ୍ୟା ଓ ଭୂସ୍ଖଳନ) ପାଇଁ ୩୧୪.୪୪ କୋଟି ଟଙ୍କା, ଉତ୍ତରପ୍ରଦେଶ (ବନ୍ୟା) ପାଇଁ ୧୯୧.୭୩ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶ (ମରୁଡ଼ି) ପାଇଁ ୯୦୦.୪୦ କୋଟି ଟଙ୍କା, ଗୁଜୁରାଟ (ମରୁଡି) ପାଇଁ ୧୨୭.୬୦ କୋଟି ଟଙ୍କା, କର୍ଣ୍ଣାଟକ ୯୪୯.୪୯ (ମରୁଡି) ପାଇଁ କୋଟି ଟଙ୍କା, ମହାରାଷ୍ଟ୍ର (ମରୁଡ଼ି) ପାଇଁ ୪୭୧୪.୨୮ କୋଟି ଟଙ୍କା ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ (ସାମୁଦ୍ରିକ ଝଡ଼) ପାଇଁ ୧୩.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏହି ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ସଂପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏସବୁ ରାଜ୍ୟ ୨୦୧୮-୧୯ ବର୍ଷରେ ବନ୍ୟା, ଭୂସ୍ଖଳନ, ବାଦଲ ଫଟା ବର୍ଷା, ସାମୁଦ୍ରିକ ଝଡ଼ ଗଜ ଓ ମରୁଡ଼ିରେ ପ୍ରଭାବିତ ହୋଇଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲ, କେନ୍ଦ୍ର କୃଷି ରାଧାମୋହନ ସିଂହଙ୍କ ସହିତ ଗୃହ, କୃଷି ଓ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ବରିଷ୍ଠ ଅଫିସରମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର