କୌଣସି ବି ସ୍ଥାନରେ ହିଂସା ଘଟିନି: ସରକାର

ଶ୍ରୀନଗର : ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି ବୋଲି ଖବର ପ୍ରସାର ହେବାପରେ ଏବେ ସରକାର ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଶ୍ମୀରରେ କେଉଁଠି ହିଂସା ଘଟିନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଜମ୍ମୁ କଶ୍ମୀର ସୂଚନା ଏବଂ ଲୋକସମ୍ପର୍କ ମହାନିର୍ଦ୍ଦେଶକ ସୟଦ ଶେହରିଶ ଅସ୍‌ଗାର୍‌ କହିଛନ୍ତି, ଜମ୍ମୁ କଶ୍ମୀରରେ କେଉଁଠି ବି ହିଂସା ଉପୁଜିନି। ଜୀବନ ଏବେ ଧୀରେଧୀରେ ସ୍ବାଭାବିକ ହେଉଛି। ସାଧାରଣ ଲୋକମାନେ ମଧ୍ୟ ସରକାରଙ୍କୁ ଖୁବ୍‌ ସହଯୋଗ କରୁଛନ୍ତି ବୋଲି ସୟଦ କହିଛନ୍ତି। ସେ କହିଛନ୍ତି ଜମ୍ମୁ ଅଞ୍ଚଳରେ କେଉଁଠି ମଧ୍ୟ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିନାହିଁ। ହିଂସା ସଂକ୍ରାନ୍ତ‌ରେ ଗତକାଲି କିଛି ଲୋକଙ୍କ ଦ୍ବାରା ଗୁଜବ ପ୍ରସାର କରାଯାଇଥିଲା। ତେବେ ସରକାର କୌଣସି ଲୋକଙ୍କୁ ଏହି କଥାରେ ବିଶ୍ବାସ ନକରିବା ପାଇଁ କହିଛନ୍ତି। ଜମ୍ମୁ କଶ୍ମୀରର ପ୍ରମୁଖ ସଚିବ ‌ରୋହିତ କନସଲ୍‌ ଗତକାଲି କହିଥିଲେ ଯେ କିଛି ସ୍ଥାନରେ ବିଶୃଙ୍ଖଳା ଦେଖାଦେବାରୁ ଦୋକାନ ବଜାର ବନ୍ଦ ରହିଛି।

ଅନ୍ୟପକ୍ଷେ ଗଣମାଧ୍ୟମ ରିପୋର୍ଟରୁ ଜଣା‌ପଡ଼ିଛି ଯେ ଧାରା ୩୭୦ ଉଚ୍ଛେଦର ଦୀର୍ଘ ୧୫ ଦିନ ପରେ ଶ୍ରୀନଗର‌ର କିଛି ସ୍ଥାନରୁ କଟକଣା ହଟିଥିଲେ ମଧ୍ୟ ପୁଣି ସଂଘ‌ର୍ଷ ହେବାରୁ ଶ୍ରୀନଗରରେ କଟକଣା ଜାରି ହୋଇଛି । ଏକ ପ୍ରମୁଖ ଦୈନିକ ଖବରକାଗଜର ସୂଚନା‌ ଅନୁଯ‌ାୟୀ ପଥର ମାଡ଼ର ଶିକାର ହୋଇଥିବା ଅଧିକାଂଶ ଲୋକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର