ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛି। ଏହାଦ୍ବାରା ଗୋଟଏ ପ୍ରାନ୍ତର ଛାତ୍ରଙ୍କୁ ଅନ୍ୟ ପ୍ରାନ୍ତର ଭାଷା ଶିଖିବା ପାଇଁ ସୁଯୋଗ ମିଳିପାରିବ। ଛାତ୍ରଛାତ୍ରୀମାନେ ଭାରତୀୟ ସମ୍ବିଧାନରେ ବର୍ଣ୍ଣିତ ଓଡ଼ିଆ ଭାଷା ସମେତ ୨୨ଟି ଭାଷା ସମ୍ପର୍କେର ସୂଚନା ପାଇପାରିବେ। ସିବିଏସ୍ଇ ୱେବ୍ସାଇଟ୍ରେ ଏହାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ନଭେମ୍ବର ୨୭ରୁ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ଏଥିରେ ହିନ୍ଦୀ, ଇଂରାଜି, ଓଡ଼ିଆ, ପଂଜାବୀ, ସଂସ୍କୃତ ସମେତ ଦେଶର ବିଭିନ୍ନ ରାଜ୍ୟର ଭାଷା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିପାରିବେ। କେନ୍ଦ୍ର ମାନବ ସମ୍ବଳ ବିଭାଗର ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଛି।
ଆଞ୍ଚଳିକ ଭାଷା ସମ୍ପର୍କରେ ସୂଚନା ଦେବେ ବିଦ୍ୟାଳୟ
/sambad/media/post_attachments/wp-content/uploads/2018/11/sch.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)