ଭାରତୀୟମାନଙ୍କର ଯାନବାହନ ଏବଂ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ତଥ୍ୟ ବିକ୍ରି କରୁଛନ୍ତି ସରକାର, ରାଜସ୍ୱ ଉପାର୍ଜନ କରୁଛନ୍ତି

ନୂଆଦିଲ୍ଲୀ: ସରକାର ଭାରତୀୟମାନଙ୍କର ଯାନବାହନ ଏବଂ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଡାଟା ବିକ୍ରୟ କରି ଅର୍ଥ ଉପାର୍ଜନ କରୁଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ରାଜ୍ୟସଭାରେ କେତୋଟି ପ୍ରଶ୍ନର ଉତ୍ତର ଦେବା ସମୟରେ କହିଛନ୍ତି।

ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ହୁସେନ୍‌ ଦଲଓ୍ଵାଇ ପ୍ରଶ୍ନ ପଚାରିଥିଲେ କି, ସରକାର ବାହନ ଏବଂ ସାରଥି ଡାଟାବେସ୍‌ ବିକ୍ରୟ କରିବାକୁ ଆଗ୍ରହୀ କି, ଯଦି ବିକନ୍ତି ଏଥରୁ କେତେ ରାଜସ୍ୱ ମିଳିବ।

The Quint

ଉତ୍ତର ଦେଇ ଜୁଲାଇ ୮ ତାରିଖ ଦିନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି କି, ୮୭ଟି ଘରୋଇ ଏବଂ ୩୨ ସରକାରୀ ସଂସ୍ଥାନ ବାହନ ଓ ସାରଥି ଡାଟାବେସ୍‌କୁ ଆକ୍‌ସେସ୍‌ କରିଛନ୍ତି। ଏଥିରୁ ଏ ପର୍ଯ୍ୟନ୍ତ ୬୫ କୋଟି ରାଜସ୍ୱ ଆଦାୟ ହୋଇଛି। ବାହନ ଓ ସାରଥି ଯଥାକ୍ରମେ ଯାନବାହନ ପଞ୍ଜିକରଣ ଏବଂ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ସହ ସମ୍ପୃକ୍ତ।

ଲିଖିତ ଉତ୍ତରରେ ରାଜ୍ୟସଭାରେ ଗଡ଼କରି କହିଲେ ଯେ ମନ୍ତ୍ରାଳୟ ଦ୍ୱାରା ତିଆରି ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷରେ ୩ କୋଟି ଟଙ୍କା ବିନିମୟରେ ‘ବଲ୍‌କ ଡାଟା ସେୟାରିଙ୍ଗ୍‌ ପଲିସି ଆଣ୍ଡ୍‌ ପ୍ରୋସିଜ୍ୟୁଅର୍‌’ରୁ ତଥ୍ୟ ହାସଲ କରି ପାରିବେ।

ସମ୍ବନ୍ଧିତ ଖବର