ଜାଣନ୍ତୁ କେଉଁ ରାଜ୍ୟରେ ଦିଆ ସରିଲାଣି ଟିକାର କେତେ ଡୋଜ, ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଦେଶର କେଉଁ ରାଜ୍ୟରେ କେତେ ଟିକା ଲୋକଙ୍କୁ ଦିଆସରିଲାଣି, ସେ ବିଷୟରେ ଜଣାଇଛନ୍ତି | ମହାରାଷ୍ଟ୍ରରେ ଟିକାର ସବୁଠାରୁ ଅଧିକ ଡୋଜ ଦିଆଯାଇଥିବା ବେଳେ ପଛକୁ ରହିଛି ଉତ୍ତରପ୍ରଦେଶ ଓ ଗୁଜୁରାଟ । ମହାରାଷ୍ଟ୍ରରେ କରୋନା ଟିକାର ୨.୭୧ କୋଟି ଡୋଜ ଦିଆ ଯାଇଥିବା ବେଳେ ଉତ୍ତରପ୍ରଦେଶର ୨.୫ କୋଟି ଡୋଜ ଏବଂ ଗୁଜୁରାଟର ୨.୧୫ କୋଟି ଡୋଜ ଦିଆଯାଇଛି। ଏହା ସହ ରାଜସ୍ଥାନରେ ୨.୦୬ କୋଟି ଡୋଜ ଏବଂ ପଶ୍ଚିମବଙ୍ଗରେ ୧.୮୬ କୋଟି ଡୋଜ ଦିଆଯାଇ ସାରିଛି | ସେହିପରି ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୬,୨୩,୨୫୯ଡୋଜ ଦିଆଯାଇଛି |

ଦେଶରେ ଏବେ କରୋନା ସଂକ୍ରମଣ କମ ରହିଥିବା ବେଳେ ସରକାର ଟିକାକରଣକୁ ଦ୍ରୁତ କରିବାକୁ ଉଦ୍ୟମ କରୁଛନ୍ତି | ଅଧିକରୁ ଅଧିକ ଟିକା ଉପଲବ୍ଧ କରାଇବା ସହ ବିଦେଶୀ ଟିକା କମ୍ପାନିମାନଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୨୭,୨୩,୮୮,୭୮୩ ଡୋଜ ଦିଆ ସରିଲାଣି | ଦୈନିକ ଟିକା ଦେବାର ସଂଖ୍ୟାକୁ ସରକାର ବଢାଇବା ପାଇଁ ଉଦ୍ୟମ କରିବା ସହ ଘରକୁ ଘର ଯାଇ ଟିକା ଦେବାର ବ୍ୟବସ୍ଥା କରୁଛନ୍ତି | କିଛି ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର