ରୋହିଙ୍ଗ୍ୟାଙ୍କ ପ୍ରତି ଅମାନବୀୟ ଆଚରଣ ଦେଖାଉଛନ୍ତି ସରକାର : ତୃଣମୂଳ

ନୂଆଦିଲ୍ଲୀ : ଦେଶକୁ ରୋହିଙ୍ଗ୍ୟାଙ୍କ ପ୍ରବେଶକୁ ଅଟକାଇବାକୁ ସୀମାରେ କଡ଼ା ପ୍ରହରା ବ୍ୟବସ୍ଥା କରାଯାଇଛି । କୌଣସି ରୋହିଙ୍ଗ୍ୟା ଶରଣାର୍ଥୀ ଯେପରି ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିନପାରନ୍ତି ସେଥିପାଇଁ ସେନା, ବିଏସଏଫ ଓ ଆସାମ ରାଇଫଲ୍ସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ସୂଚନା ଦେଇଛନ୍ତି । ଯେଉଁ ରୋହିଙ୍ଗ୍ୟାମାନେ ପୂର୍ବରୁ ପ୍ରବେଶ କରିସାରିଲେଣି ସେମାନଙ୍କୁ ଗୋଟିଏ ସ୍ଥାନରେ ରଖିବା ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

କିନ୍ତୁ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମାନବତା ଦୃଷ୍ଟିକୋଣରୁ ରୋହିଙ୍ଗ୍ୟାମାନଙ୍କୁ ଭାରତ ସରକାର ସହାୟତା କରିବା ଆବଶ୍ୟକ । ଟିଏମସି ନେତା ସୌଗତ ବୋଷ ଲୋକସଭାରେ କହିଛନ୍ତି ଯେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ବାଂଲାଦେଶରେ ରୋହିଙ୍ଗ୍ୟାମାନଙ୍କ କଲ୍ୟାଣ ପାଇଁ ଅପରେସନ ଇନସାନିୟତ ( ମାନବତା ଅଭିଯାନ) ଚଳାଇଛି । କିନ୍ତୁ ଭାରତରେ ଥିବା ୪୦ ହଜାର ରୋହିଙ୍ଗ୍ୟାଙ୍କୁ ବିଦା କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଏହା ମାନବତାର ବିରୋଧୀ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର