ହାଇକୋର୍ଟ ନିମନ୍ତେ ମନୋନୀତ ବିଚାରପତିଙ୍କୁ ସୁପାରିସ କରିବାରେ ସରକାର ଦେଢ଼ ବର୍ଷ ବିଳମ୍ବ କରିଛନ୍ତି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଖାଲିପଡ଼ିଥିବା ପଦବୀ ପୂରଣ ନିମନ୍ତେ ହାଇକୋର୍ଟମାନେ ପଠାଇଥିବା ମନୋନୀତ ବିଚାରପତିଙ୍କ ନାମ ସୁପାରିସ ପ୍ରକ୍ରିୟା ଖୁବ୍‌ ବିଳମ୍ବ କରିଥିବାରୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମନୋନୀତ ନାମ ତାଲିକାରୁ ଉପଯୁକ୍ତଙ୍କୁ ବିବେଚିତ କରି ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ କରନ୍ତି। ସମ୍ପ୍ରତି ଦେଶର ହାଇକୋର୍ଟମାନଙ୍କରେ ୪୦% ବିଚାରପତି ପଦବୀ ଖାଲି ଥିବାରୁ ଅନେକ ସଂଖ୍ୟକ ମାମଲା ପଡ଼ିରହିଛି।

ପ୍ରାୟ ଦେଢ଼ ବର୍ଷ ହେବ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଥିବା ନାମ ତାଲିକାକୁ ଅନୁମୋଦନ କରିବାରେ ବିଳମ୍ବ କରିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Image Courtesy of The Times of India

ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ଏବଂ ବିଚାରପତି ସଞ୍ଜୟ କିଷନ୍‌ କୌଲ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବଗତ ହୋଇଛନ୍ତି ଯେ, ୧୦୮୦ ବିଚାରପତି ନିମନ୍ତେ ୨୫ଟି ହାଇକୋର୍ଟ ମଞ୍ଜୁରି ପାଇଥିଲେ। କିନ୍ତୁ, ପ୍ରାୟ ୪୧୭ ବା ୩୯% ପବଦୀ ଖାଲି ପଡ଼ିଛି। ବିଚାରପତି ନିଯୁକ୍ତି ନିମନ୍ତେ ହାଇକୋର୍ଟମାନେ ପ୍ରସ୍ତାବ ଦେଇଥିବା ୧୦୩ଜଣଙ୍କ ନାମ କେନ୍ଦ୍ର ସରକାର ଅନୁମୋଦନ ନ କରି ପକାଇ ରଖିଥିବା କଥା ସୁପ୍ରିମ୍‌ କୋର୍ଟଙ୍କୁ ବ୍ୟଥିତ କରିଛି।

ଖାଲି ପଡ଼ିଥିବା ବଦବୀର ତାଲିକା ପ୍ରସ୍ତୁତ କରିଥିବା ଏବଂ ଅନୁମୋଦନ ବିଳମ୍ବ ହେବାର କାରଣ ଜାଣିବାକୁ ଚାହିଁଥିବା ବିଚାରପତି କୌଲ୍‌ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳଙ୍କୁ କହିଲେ ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଦକ୍ଷେପ ନେଇ ସରକାର ହାଇକୋର୍ଟମାନେ ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ଜରିଆରେ ପଠାଇଥିବା ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରି ନ ଫେରାଇଲେ ବିଚାପତି ନିଯୁକ୍ତି ହୋଇ ପାରିବ ନାହିଁ କି, ହାଇକୋର୍ଟରେ ମାମଲା ବିଚାରରେ ହେଉଥିବା ବିଳମ୍ବର ସମାଧାନ ହୋଇ ପାରିବ ନାହିଁ।

ସମ୍ବନ୍ଧିତ ଖବର