ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କର ମେରୁଦଣ୍ଡ ଭାଙ୍ଗିବା ପାଇଁ ସରକାର ସୁଚିନ୍ତିତ ଯୋଜନା କରିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ପରେ ଆତଙ୍କବାଦ ଦମନ ରଣନୀତିରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଭାରତ ଏ ଦିଗରେ କିଭଳି ପଦକ୍ଷେପ ନେଇପାରେ ତାହା ବିଶ୍ବ ଅବଗତ ହୋଇଛି। କୌଣସି ଜଣେ ବି ଆତଙ୍କବାଦୀ ଯେଭଳି ନିସ୍ତାର ପାଇବେ ନାହିଁ ସେ ଦିଗରେ ସୁରକ୍ଷା ବାହିନୀ ତା’ର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି। କଶ୍ମୀର ପଣ୍ଡିତଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ଯୋଜନାବଦ୍ଧ ନୀତିରେ ଆଗକୁ ବଢ଼ୁଛନ୍ତି ଏବଂ ଏହାର ସୁଫଳ ମିଳିବ ବୋଲି ମୋଦୀ କହିଛନ୍ତି। କଶ୍ମୀରରେ ‘ଅଚ୍ଛେ ଦିନ’ ଫେରିବ ବୋଲି ପ୍ରତିଶ୍ରୁତି ଦେଇ ମୋଦୀ କହିଥିଲେ ଯେ ଯେଉଁମାନେ ଅନ୍ୟର ସ୍ବପ୍ନକୁ ମାରିଦିଅନ୍ତି ସେମାନେ ସବୁଠାରୁ ବଡ଼ କାପୁରୁଷ। କଶ୍ମୀରରେ ଯୁବ ଗୋଷ୍ଠୀ ଶାନ୍ତିର ମାର୍ଗକୁ ଚୟନ କଲେ କୌଣସି ବାହ୍ୟ ଶକ୍ତି ଏଠାରେ ହିଂସା ସୃଷ୍ଟି କରିପାରିବ ନାହିଁ ବୋଲି ସେ କହିଛନ୍ତି। ଜମ୍ମୁ ଏବଂ ଶ୍ରୀନଗର ଡିଭିଜନରେ ଆଜି ୨ଟି ଏମ୍ସକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ଲେହ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସେଠାରେ ମଧ୍ୟ ଏକ ଜନସଭାରେ ଉଦ୍ବୋଧନ ଦେଇଥିଲେ।
ଆତଙ୍କର ମେରୁଦଣ୍ଡ ଭାଙ୍ଗିବେ ସରକାର
/sambad/media/post_attachments/wp-content/uploads/2019/02/modi-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)