ଲୋକସଭାରେ ଆଗତ ହେଲା ସରୋଗେସୀ (ନିୟନ୍ତ୍ରଣ) ବିଲ୍‌, ବେଆଇନ ହେବ ବ୍ୟବସାୟିକ ସରୋଗେସୀ

ନୂଆଦିଲ୍ଲୀ : ଭାରତରେ ଆଗକୁ ବ୍ୟବସାୟିକ ଭିତ୍ତିରେ ପୋଷ୍ୟ ଗର୍ଭଧାରଣ (ସରୋଗେସି)କୁ ନିଷିଦ୍ଧ କରାଯିବ । ନିଃସନ୍ତାନ ଦମ୍ପତ୍ତି କେବଳ ନିଜର ନିକଟ ସଂପର୍କୀୟଙ୍କ ଦ୍ୱାରା ଏହା କରିପାରିବେ ବୋଲି ଆଜି ଲୋକସଭାରେ ଆଗତ ସୋରୋଗେସୀ (ନିୟନ୍ତ୍ରଣ) ବିଲ୍‌ ୨୦୧୯ରେ ବ୍ୟବସ୍ଥା ରହିଛି । ଆଇନଗତ ଭାବେ ଅତି କମରେ ୫ ବର୍ଷ ଧରି ବିବାହ କରିଥିବା ଏକ ନିଃସନ୍ତାନ ଦମ୍ପତ୍ତି ସରୋଗେସୀ ବ୍ୟବସ୍ଥାକୁ ଗ୍ରହଣ କରିପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଏହି ବିଲକୁ ଆଗତ କରିଛନ୍ତି । ଜଣେ ମହିଳା ଜୀବନରେ ଥରେ ମାତ୍ର ସରୋଗେସୀ ଗର୍ଭଧାରଣ କରିପାରିବେ ଓ ସେ ସଂପୃକ୍ତ ଦମ୍ପତ୍ତିଙ୍କ ନିକଟ ସମ୍ପର୍କୀୟ ହୋଇଥିବେ ।

ଏଥିରେ ଥିବା ଆଉ ଏକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଓ ଜାତୀୟ ସ୍ତରରେ ସରୋଗେସୀ ବୋର୍ଡ ଗଠନ କରାଯିବାର ବ୍ୟବସ୍ଥା ରହିଛି ।
ସୂଚନାଯୋଗ୍ୟ,ଯେତେବେଳେ ପତ୍ନୀ ଗର୍ଭଧାରଣ କରିବାକୁ ଅକ୍ଷମ ଥିବ ଏବଂ ସ୍ୱାମୀର ଶୁକ୍ରାଣୁରେ କୌଣସି ସମସ୍ୟା ନଥିବ, ସେତେବେଳେ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ନିଜ ସ୍ୱାମୀଙ୍କ ଶୁକ୍ରାଣୁ ସ୍ଥାପନ କରି ଶିଶୁକୁ ଜନ୍ମ କରାଇବା ହେଉଛି ସରୋଗେସୀ ।

ସମ୍ବନ୍ଧିତ ଖବର