ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ୨ୟ ପର୍ଯ୍ୟାୟ, ୧ ବର୍ଷରେ ୬୦ ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : ବିପୁଳ ଜନମତ ସହ କ୍ଷମତାକୁ ଫେରିବା ପରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ୨ୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଏହା ଅନୁଯାୟୀ ଆସନ୍ତା ୧ ବର୍ଷ ମଧ୍ୟରେ ପ୍ରାୟ ୬୦ ଲକ୍ଷ ଘର ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଅର୍ଥାତ ୨୦୨୦ ଜୁନ ୩୦ ସୁଦ୍ଧା ୬୦ ଲକ୍ଷ ଘର ସଂପୂର୍ଣ୍ଣ ହେବ ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମୋଟ ୮୪ ଲକ୍ଷ ଘର ନିର୍ମାଣ ହୋଇଥିଲା । ଏହି ଯୋଜନାର ସଫଳତା ହିଁ ମୋଦି ସରକାରଙ୍କ ବିପୁଳ ବିଜୟର ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି । ବିଶେଷକରି ଉତ୍ତରପ୍ରଦେଶ, ପଶ୍ଚିମ ବଙ୍ଗ ଓ ମଧ୍ୟପ୍ରଦେଶରେ ସର୍ବାଧିକ ସଂଖ୍ୟାକ ପିଏମଏଓ୍ଵାଇ ଘର ନିର୍ମାଣ ହୋଇଥିବାରୁ ଏସବୁ ରାଜ୍ୟରେ ବିଜେପି ଆଶାତୀତ ଜନସମର୍ଥନ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର  ଆବାସ ଯୋଜନା (ଗ୍ରାମୀଣ)ର ସଂପ୍ରସାରଣ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର