ଏନଆଇଏକୁ ମିଳିବ ସ୍ୱତନ୍ତ୍ର କ୍ଷମତା, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିପାରିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଅଧିକ କ୍ଷମତା ପ୍ରଦାନ ପାଇଁ ବିଚାର କରୁଛନ୍ତି । ଏଥିପାଇଁ ଦୁଇଟି ସଂଶୋଧନ ବିଲ ଆଗତ ହେବ । ସୋମବାରଦିନ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲ ସଂପର୍କରେ ଆଲୋଚନା ହେବ ।
ଏନଆଇଏକୁ ଅଧିକ କ୍ଷମତା ପ୍ରଦାନ ପାଇଁ ଏନଆଇଏ ଆଇନ ଓ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନରେ ସଂଶୋଧନ କରାଯିବ । ଏହି ଦୁଇଟି ସଂଶୋଧନ ବିଲ ସଂସଦର ଚଳିତ ଅଧିବେଶନରେ ଆଗତ ହେବ ।

ସଂସଦରେ ପାଶ ହେଲେ ଏନଆଇଏ ପାଖକୁ କେତେକ ସ୍ୱତନ୍ତ୍ର କ୍ଷମତା ଆସିଯିବ । ଏହା ମାଧ୍ୟମରେ ଏନଆଇଏ ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ବିଦେଶରେ ମଧ୍ୟ ତଦନ୍ତ କରିପାରିବ । ସେହିପରି କୌଣସି ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିପାରିବ । ଏବେ ଥିବା ନିୟମ ଅନୁସାରେ ଏକ ସଂଗଠନକୁ ହିଁ ଆତଙ୍କବାଦୀ ଘୋଷଣା କରାଯାଉଥିଲା । ଆହୁରି ମଧ୍ୟ ଏନଆଇଏ ସାଇବରକ୍ରାଇମ ଓ ବେଆଇନ ମାନବ ଚାଲାଣ ସଂପର୍କିତ ମାମଲା ଗୁଡ଼ିକର ତଦନ୍ତ କରିପାରିବ ।

ସମ୍ବନ୍ଧିତ ଖବର