ମୋବାଇଲ ନମ୍ବର, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କକୁ ଆଇନ ସମ୍ମତ କରିବେ ସରକାର

ନୂଆଦିଲ୍ଲୀ : ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଆଧାର ଲିଙ୍କକୁ ଆଇନ ସମ୍ମତ କରିବାକୁ ସରକାର କେତେକ ଆଇନରେ ସଂଶୋଧନ ଆଣିବାକୁ ବିଚାର କରୁଛନ୍ତି । ଟେଲିଗ୍ରାଫ ଆଇନ ଓ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନରେ ସଂଶୋଧନ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ପୂର୍ବରୁ ଘରୋଇ କମ୍ପାନିମାନେ ଆଧାନ ତଥ୍ୟ ବ୍ୟବହାର ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ । ଏହା ଛଡା ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ସଂଶୋଧନ କରୁଛନ୍ତି ।

ସମ୍ବନ୍ଧିତ ଖବର