ବଦଳିବ ବମ୍ବେ, ମାଡ୍ରାସ ଓ କାଲକାଟା ହାଇକୋର୍ଟର ନାଁ, ଶୀତ ଅଧିବେଶନରେ ଆସିବ ବିଲ୍‌

ନୂଆଦିଲ୍ଲୀ : ଦେଶର ୩ୟ ହାଇକୋର୍ଟ ବମ୍ବେ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ ଓ କାଲକାଟା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ ସରକାର ସଂସଦର ଆସନ୍ତା ଶୀତ ଅଧିବେଶନରେ ଏକ ବିଲ ଆଗତ କରିବେ । ବମ୍ବେ, ମାଡ୍ରାସ ଓ କାଲକାଟାର ନାମ ବହୁ ବର୍ଷ ପୂର୍ବେ ବହଳି ଯଥାକ୍ରମେ ମୁମ୍ବାଇ, ଚେନ୍ନାଇ ଓ କୋଲକତା ହୋଇସାରିଛି । କିନ୍ତୁ ହାଇକୋର୍ଟଗୁଡ଼ିକର ନାଁ ବଦଳି ନାହିଁ । ଏଥିପାଇଁ ସରକାର ଗତ ଜୁଲାଇ ୧୯, ୨୦୧୬ରେ ରେ ଏକ ବିଲ ଆଗତ କରିଥିଲେ । କିନ୍ତୁ କେତେକ ଆପତ୍ତି ଯୋଗୁଁ ଏହି ବିଲରେ କେତେକ ସଂଶୋଧନ ଆବଶ୍ୟକ ଥିଲା । ପ୍ରଥମତଃ ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଚେନ୍ନାଇ ହାଇକୋର୍ଟ ବଦଳରେ ତାମିଲନାଡୁ ହାଇକୋର୍ଟ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ସରକାର କାଲକାଟା ହାଇକୋର୍ଟକୁ କୋଲକତା ହାଇକୋର୍ଟ କରିବାକୁ ଚାହୁଁଥିଲେ ମଧ୍ୟ ହାଇକୋର୍ଟ ସେଥିପାଇଁ ଇଚ୍ଛୁକ ନାହାନ୍ତି । ଏସବୁ ଦୃଷ୍ଟିରେ ରଖି ସରକାର ଉକ୍ତ ବିଲରେ କେତେକ ସଂଶୋଧନ କରି ତାହାକୁ ସଂସଦରେ ଆଗତ କରିବେ ।

ସମ୍ବନ୍ଧିତ ଖବର