ବଢିଚାଲିଛି ଇଣ୍ଟରନେଟ ଓ ସୋସିଆଲ ମିଡିଆର ଅପବ୍ୟବହାର, ଆସନ୍ତା ବର୍ଷ ସରକାର ଆଣିବେ ଆଇନ

ନୂଆଦିଲ୍ଲୀ : ଦେଶରେ ଇଣ୍ଟରନେଟ ବିଶେଷକରି ସୋସିଆଲ ମିଡିଆର ଦୁରୁପୋଯୋଗ ବଢିଚାଲିଥିବାରୁ କେନ୍ଦ୍ର ସରକାର ଆସନ୍ତା ବର୍ଷ ସୁଦ୍ଧା ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ଆସନ୍ତା ଜାନୁୟାରୀ ଶେଷସୁଦ୍ଧା ଏହି ଆଇନ ଅଣାଯିବ । ଏହି ନିୟମାବଳୀ ପ୍ରସ୍ତୁତି ପାଇଁ ଏବେ ବିଭିନ୍ନ ଇଣ୍ଟରନେଟ କମ୍ପାନି ଯଥା ଗୁଗୁଲ ଆଦି ସର୍ଚ୍ଚ ଇଂଜିନ କମ୍ପାନି ଓ ଫେସବୁକ, ଟ୍ଵିଟର ଆଦି ସୋସିଆଲ ମିଡିଆ କମ୍ପାନିମାନଙ୍କ ସହ ଆଲୋଚନା କରୁଛନ୍ତି ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ କରି କୁହାଯାଇଛି ଯେ ଇଣ୍ଟରନେଟ ଓ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର ସହ ଏହାର ଦୁରୁପଯୋଗ ବଢିଚାଲିଛି । ଏହା ବ୍ୟକ୍ତିଗତ ଅଧିକାର, ରାଷ୍ଟ୍ରର ସୁରକ୍ଷା ଓ ଅଖଣ୍ଡତା ଏବଂ ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତ କିଛି ବର୍ଷଧରି ସ୍ମାର୍ଟଫୋନ ଓ ଶସ୍ତା ଇଣ୍ଟରନେଟ ସେବା ଯୋଗୁଁ ଇଣ୍ଟରନେଟର ବ୍ୟବହାର ବଢିଚାଲିଛି । ଏହା ଦେଶର ଆର୍ଥିକ ପ୍ରଗତି ଓ ସାମାଜିକ ବିକାଶକୁ ପ୍ରେତ୍ସାହିତ କରୁଛି । କିନ୍ତୁ ଏହା ସହିତ ମିଛ ଖବର, ଘୃଣା ଓ ବିଦ୍ୱେଷସୃଷ୍ଟିକାରୀ ଖବର ବଢିଚାଲିଛି । ଏହା ରାଷ୍ଟ୍ରର ସୁରକ୍ଷା ଓ ଅଖଣ୍ଡତା ଏବଂ ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ନୂଆ ନିୟମ ଆଣିବା ଜରୁରୀ ହୋଇପଡିଛି ।

ସମ୍ବନ୍ଧିତ ଖବର