ମୋଦି ସରକାର ୨.୦ : ଆତଙ୍କବାଦ ବିରୋଧରେ ଜାରି ରହିବ ‘ଜିରୋ-ଟଲରେନ୍ସ ପଲିସୀ’

ନୂଆଦିଲ୍ଲୀ : ଏକ ଐତିହାସିକ ବହୁମତ ସହ କ୍ଷମତାକୁ ଫେରିଥିବା ମୋଦି ସରକାରଙ୍କ ପାଇଁ ରାଷ୍ଟ୍ରୀୟ ସୁରକ୍ଷା ସର୍ବାଧିକ ଫୋକସରେ ରହିବ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ସୁରକ୍ଷାକୁ ନିର୍ବାଚନରେ ମୁଖ୍ୟପ୍ରସଙ୍ଗ କରିଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଆତଙ୍କବାଦ ବିରୋଧରେ ‘ଜିରୋ-ଟଲରେନ୍ସ ପଲିସୀ’ ଗ୍ରହଣ କରିବେ । ଏହା ସହିତ ଦେଶରେ ବଢିଚାଲିଥିବା ଅନୁପ୍ରବେଶକୁ ରୋକିବା ପାଇଁ ଜାତୀୟ ନାଗରିକତା ରେକର୍ଡ (ଏନଆରସି)କୁ ଲାଗୁ କରିବେ ।

ନିଜର ପ୍ରଥମ କାର୍ଯ୍ୟକାଳରେ ମୋଦି ସରକାର ପାକିସ୍ତାନ ଓ ମିଆଁମାର ସୀମା ମଧ୍ୟକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ଗତ ଫେବ୍ରୁଆରୀମାସ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଅନ୍ୟପକ୍ଷରେ କାଶ୍ମୀରରେ ଆତଙ୍କବାଦ ଦମନ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବେ ଓ ସେନାକୁ ସ୍ୱତନ୍ତ୍ର କ୍ଷମତା ବଜାୟ ରଖିବେ ବୋଲି ଜଣାଯାଇଛି । କାଶ୍ମୀରରୁ ଧାରା ୩୫-କ ହଟାଇବା ଉପରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି । ଏହି ଧାରା ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କୁ କେତେକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥାଏ ।

ସମ୍ବନ୍ଧିତ ଖବର