କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ୧ ଲକ୍ଷ କୋଟିର ପାଣ୍ଠି, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯିବ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନା ଘୋଷଣାର ୩ୟ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୃଷି ଓ ତତ୍ସଂପର୍କିତ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ।
ଦେଶରେ କୃଷି ଉତ୍ପାଦନ ବଢିଥିବାବେଳେ ଭଣ୍ଡାରଣ କ୍ଷମତାର ଅଭାବ ଯୋଗୁଁ ଏହାର ଏକ ବଡ଼ଭାଗ ପ୍ରତିବର୍ଷ ନଷ୍ଟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତ୍ତିଭୂମି ପାଣ୍ଠି ଗଠନ ବିଷୟରେ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ କୃଷିଭିତ୍ତିକ ଅଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ଯଥା ଗୋଦାମ, ଶୀତଳଭଣ୍ଡାର ଆଜି ନିର୍ମାଣ ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରାଯିବ ।

ସେହିପରି ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ସଂଗଠିତ କରିବା ଲାଗି ୧୦ ହଜାର କୋଟିର ସ୍କିମ ଘୋଷଣା କରାଯାଇଛି । ସେହିପରି ମତ୍ସ୍ୟଚାଷୀଙ୍କ କଲ୍ୟାଣ ପାଇଁ ୨୦ ହଜାର କୋଟି ଟଙ୍କାର ଏକ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ଆରମ୍ଭ କରାଯିବ । ଅନ୍ୟପକ୍ଷରେ ୧୫ ହଜାର କୋଟିର ଏକ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଗଠନ ପାଇଁ ଘୋଷଣା କରାଯାଇଛି ।

ଏକ ଗୁରୁତ୍ୱପୂର୍ଣ ଘୋଷଣା କ୍ରମେ ସରକାର ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରିବା ସଂପର୍କରେ ଘୋଷଣା କରିଛନ୍ତି । ଏହି ସଂଶୋଧନ ଅନୁସାରେ ଖାଦ୍ୟଶସ୍ୟ, ଖାଇବାତେଲ, ତୈଳବୀଜ,ଡାଲି, ପିଆଜ ଓ ଆଳୁକୁ ଏହି ଆଇନ ନିୟନ୍ତ୍ରଣରୁ ମୁକ୍ତ ରଖାଯାଇଛି ।

ସମ୍ବନ୍ଧିତ ଖବର