ସରକାର ଖୁବଶୀଘ୍ର ଜାରି କରିବେ ଇ-ପାସପୋର୍ଟ : ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ପାସପୋର୍ଟ ଜାଲିଆତି ମାମଲା ବଢିଚାଲିଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଏ ସଂପର୍କରେ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨ ନିୟୁତ ଇ-ପାସପୋର୍ଟ ପ୍ରଦାନ କରାଯିବ । ପାରମ୍ପରିକ ପାସପୋର୍ଟ ପୁସ୍ତିକା ତୁଳନାରେ ଇ-ପାସପୋର୍ଟଗୁଡ଼ିକ ଅଧିକ ନିରାପଦ ହୋଇପାରିବ । ପାସପୋର୍ଟଧାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଏକ କମ୍ପ୍ୟୁଟର ଚିପରେ ରଖାଯାଇ ତାହାକୁ ପାସପୋର୍ଟ ପୁସ୍ତିକାରେ ଲଗାଯିବ । ଜଣେ ଏହି ଚିପକୁ ଖରାପ କରିବାକୁ ଚେଷ୍ଟାକଲେ ବା ଜାଲିଆତି କରିବାକୁ ଚେଷ୍ଟା କଲେ ଉକ୍ତ ପାସପୋର୍ଟର ଅଥେଣ୍ଟିକେସନ ବନ୍ଦ ହୋଇଯିବ ।

News Nation

ନାସିକ ସ୍ଥିତି ସରକାରୀ ସିକ୍ୟୁରିଟି ପ୍ରେସ(ଆଇଏସପି)ରେ ଏହି ନୂଆ ଇ-ପାସପୋର୍ଟଗୁଡ଼ିକୁ ପ୍ରସ୍ତୁତ କରାଯିବ । ତେବେ ଏଥିରେ ଲାଗିବାକୁ ଥିବା ଅନ୍ତର୍ଜାତୀୟ ସିଭିଲ ଏଭିଏସନ ଅର୍ଗାନାଇଜେସନ ସ୍ୱୀକୃତିପ୍ରାପ୍ତ ‘ଇଲେକ୍ଟ୍ରୋନିକ କଣ୍ଟାକ୍ଟଲେସ ଇନଲେ’ ଗୁଡ଼ିକୁ ବିଦେଶରୁ ଆମଦାନୀ କରାଯିବ । ଏଥିପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାକୁ ଆଇଏସପିକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର