ବଜେଟରେ କୃଷି : ଏମଏସପି ପାଇଁ ୨.୩୭ ଲକ୍ଷ କୋଟିର ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କୃଷିର ବିକାଶ ଲାଗି ଆଖିଦୃଶିଆ ନ ହେଲେ ବି ଚାଷ ଓ ଚାଷୀଙ୍କ ପ୍ରୋତ୍ସାହନ ଲାଗି କେତେକ ନୂତନ ପଦକ୍ଷେପ ହାତକୁ ନେବାକୁ ସରକାର ବ୍ୟବ ବରାଦ ରଖିଛନ୍ତି। ନିମ୍ନରେ କୃଷି ଲାଗି ବଜେଟରେ ଥିବା ବ୍ୟବସ୍ଥା ଉପସ୍ଥାପନ କରାଗଲା।

-ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଗହମ ଓ ଧାନ କିଣିବା ଲାଗି ସରକାର ୨.୩୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି।

-୨୦୨୨-୨୩ ବର୍ଷକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା ହୋଇଛି।

-ଏମଏସଏମଇ ଓ କ୍ଷୁଦ୍ରଚାଷୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ପରିବହନ ଲାଗି ଭାରତୀୟ ରେଳ ନୂତନ ବ୍ୟବସ୍ଥା  ବିକଶିତ କରିବ।

-ଖାଇବା ତେଲ ଆମଦାନି କମାଇବା ଲାଗି ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଲାଗି ଏକ ପ୍ରୋତ୍ସାହନମୂଳକ ଯୋଜନା ହାତକୁ ନେବେ।

-କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିର ବ୍ୟବହାର କରାଯିବ। କ୍ଷେତରେ କୀଟନାଶକ ପ୍ରୟୋଗ, ଜମି ମାପଚୁପ, ଶସ୍ୟ ପରିମାଣ ଆକଳନ ଲାଗି ‘କିଷାନ୍ ଡ୍ରୋନ୍’ ଉପଯୋଗ ହେବ।

-ନଦୀ ସଂଯୋଗ ଯୋଜନାରେ ୫ଟି ନଦୀର ସଂଯୋଗ ଲାଗି ଚିଠାପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। କେନ୍ ବେଟୱା ନଦୀ ସଂଯୋଗ ପ୍ରକଳ୍ପ ଲାଗି ୪୪,୬୦୫ କୋଟି ବ୍ୟୟ ବରାଦ ରହିଛି।

-ଗଙ୍ଗା କରିଡରରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯିବ।

-ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ କୃଷିଜାତ ସାମଗ୍ରୀ କ୍ରୟ ସମୟରେ ଇ-ବିଲ୍ ବ୍ୟବସ୍ଥା ଲାଗୁ ହେବ। ସଂପୂର୍ଣ୍ଣ କାଗଜ ମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

-ଯେଉଁ  କୃଷକମାନେ  ଏଗ୍ରୋ-ଫରେଷ୍ଟ୍ରିକୁ ଗୁରୁତ୍ବ ଦେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର