ଦେଶର ୨୦-୨୫ ପ୍ରମୁଖ ଏୟାରପୋର୍ଟଗୁଡ଼ିକର ଘରୋଇକରଣ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅଧିକରୁ ଅଧିକ ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । କିଛିମାସ ତଳେ ୬ଟି ଏୟାରପୋର୍ଟର ଘରୋଇକରଣ କରାଯାଇଥିଲା । ଆଗକୁ ମଧ୍ୟ ସରକାର ଦେଶର ପ୍ରାୟ ୨୦-୨୫ଟି ଏୟାରପୋର୍ଟର ଘରୋଇକରଣ କରିବେ ବୋଲି କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର । ଏହି ଏୟାରପୋର୍ଟଗୁଡ଼ିକମଧ୍ୟରେ ରହିଛି ଦେଶର କେତେକ ପ୍ରମୁଖ ଏୟାରପୋର୍ଟ ଯେଉଁଗୁଡ଼ିକର ବାର୍ଷିକ ଯାତ୍ରୀ ଚଳାଚଳ ସଂଖ୍ୟା ୧ରୁ ୧.୫ ନିୟୁତ ମଧ୍ୟରେ ରହିଛି ।

ଗତ ବର୍ଷ ସରକାର ୬ଟି ଏୟାରପୋର୍ଟ ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ମାଙ୍ଗାଲୁରୁ, ତିରୁଅନନ୍ତପୁରମ ଓ ଗୌହାଟୀର ଘରୋଇକରଣ ଲାଗି ନିଷ୍ପତ୍ତି ନେଇଥିଲେ । ଏହା ପରେ ଡକାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବୋଚ୍ଚ ବିଡର ହୋଇ ଅଦାନୀ ଗ୍ରୁପ ୫ଟି ଏୟାରପୋର୍ଟର ପରିଚାଳନା ନିଜ ହାତକୁ ନେଇଛି । ତେବେ ଏହାକୁ ନେଇ କେତେକ ମହଲରେ ବିରୋଧ ପ୍ରକାଶ ପାଇଛି ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର