‘ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଭବିଷ୍ୟତ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି କରିବା ଏବଂ ନୂତନ ‘ଜାତୀୟ ଶିକ୍ଷା ନୀତି’ ନିମନ୍ତେ ପରୀକ୍ଷାଗାର ନିର୍ମାଣ କରିବା ପ୍ରଚେଷ୍ଟାରେ କେନ୍ଦ୍ର ସରକାର ‘ପିଏମ୍‌ଶ୍ରୀ ସ୍କୁଲ୍‌’ ସ୍ଥାପନ କରିବା ଲାଗି ଯୋଜନା କରୁଥିବା କଥା ଗୁରୁବାର ଦିନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗୁଜରାଟରେ ଦୁଇଦିନିଆ ‘ଜାତୀୟ ଶିକ୍ଷାମନ୍ତ୍ରୀଙ୍କ ସମ୍ମିଳନୀ’ରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ସ୍କୁଲ୍‌ ଶିକ୍ଷା ହେଉଛି ମୂଳଦୁଆ ଯାହା ଉପରେ ଭାରତ ଜ୍ଞାନଭିତ୍ତିକ ଅର୍ଥନୀତି ହୋଇପାରିବ। ସେଥିପାଇଁ ‘ଜାତୀୟ ଶିକ୍ଷା ନୀତି’ ହେଉଛି ଗୋଟାଏ ଜ୍ଞାନର ଦଲିଲ। ଏହାର ଲକ୍ଷ୍ୟ ହେଉଛି ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେଇ ଶିକ୍ଷାକୁ ସମସ୍ତଙ୍କ ପ୍ରତି ଉନ୍ମୁକ୍ତ କରିବା। ଏହି ପରିପ୍ରେକ୍ଷୀରେ ଆମେ ‘ପିଏମ୍‌ଶ୍ରୀ ସ୍କୁଲ୍‌’ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଚଳାଇଛୁ। ଭବିଷ୍ୟତ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି କରିବାରେ ଏହି ସ୍କୁଲ୍‌ରେ ସମସ୍ତ ବ୍ୟବସ୍ଥା ରହିବ।

Image Courtesy of Mint

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ଆମର ନୂତନ ପିଢ଼ିକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଓ ଦକ୍ଷତାରୁ ବଞ୍ଚିତ କରିପାରିବା ନାହିଁ। ଏହି ଆଦର୍ଶ ବିଦ୍ୟାଳୟ ସଂକ୍ରାନ୍ତରେ ମୁଁ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସମଗ୍ର ଶିକ୍ଷା ‘ଇକୋସିଷ୍ଟମ୍‌’ରୁ ମତାମତ ଓ ପ୍ରସ୍ତାବ ଲୋଡୁଛି କରୁଛି।

ଏହି ସମ୍ମିଳନୀରେ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ଏବଂ ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ ଓ ସୁଭାଷ ସର୍କାର୍‌, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର