ଏୟାର ଇଣ୍ଡିଆକୁ ୪ ଭାଗ କରି ବିକ୍ରି କରାଯିବ !

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆକୁ ଚାରିଭାଗରେ ବିଭକ୍ତ କରି ପୁଞ୍ଜିନିବେଶ କରିବେ । ପ୍ରତି କମ୍ପାନିର ୫୧ ପ୍ରତିଶତ ଅଂଶଧନ ବିକ୍ରି କରାଯିବ ।

କାର୍ଯ୍ୟଅନୁସାରେ ଏହି ୪ ଭାଗ କରାଯିବ । ମୁଖ୍ୟ ବିମାନ ସେବା ବ୍ୟବସାୟକୁ ଗୋଟିଏ ୟୁନିଟ୍‌, ଆଞ୍ଚଳିକ ସେବାକୁ ଆଉ ଏକ ୟୁନିଟ୍‌ ତଥା ଗ୍ରାଉଣ୍ଡ ହାଣ୍ଡଲିଂ ଓ ଇଂଜିନିୟରିଂ ଅପରେସନ୍ସକୁ ମଧ୍ୟ ଗୋଟିଏ ଲେଖାଏଁ ୟୁନିଟ୍‌ କରାଯିବ । ଏୟାରଇଣ୍ଡିଆର ମୁଖ୍ୟ ବିମାନ ସେବା ବ୍ୟବସାୟ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଏୟାରଇଣ୍ଡିଆ ଓ ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ । ୨୦୧୮ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ ।

Image Courtesy of India Today

ଗତବର୍ଷ ଜୁନ୍ରେ କେନ୍ଦ୍ର କ୍ୟାବିନେଟ୍ ଏୟାର ଇଣ୍ଡିଆର ଘରୋଇକରଣ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ଦେଇଥିଲା । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟକୁ କିଭଳି ସମ୍ପାଦନ କରାଯିବ ତାହାର ରଣନୀତି ଏହି କମିଟି ପ୍ରସ୍ତୁତ କରୁଛି। ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଜେଟ୍ ଏୟାରେଓ୍ଵଜ୍ ଆଗ୍ରହୀ ଅଛନ୍ତି। ଏଥିସହିତ କେତେକ ବିଦେଶୀ କମ୍ପାନି ମଧ୍ୟ ଏୟାର ଇଣ୍ଡିଆ କିଣିବା ଲାଗି ଉଦ୍ୟମ ଚଳାଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ବିଦେଶୀ କମ୍ପାନି ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଅନୁମତି ଦେଇଥିଲେ ।

ଏୟାର ଇଣ୍ଡିଆ ଉପରେ ମୋଟ ପ୍ରାୟ ୬୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏଥିମଧ୍ୟରୁ ୩୦ ହଜାର କୋଟିର ଋଣ ଛାଡ଼ କରିବା ଲାଗି ନିତି ଆୟୋଗ ସୁପାରିସ କରିଛି।

ସମ୍ବନ୍ଧିତ ଖବର