୧୦୦ ଡାକ୍ତରଖାନାରେ ‘ମେଡିକାଲ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌’ ବସାଇବାକୁ ‘ପିଏମ୍‌-କେୟାର୍ସ ଫଣ୍ଡ୍‌’ ବିନିଯୋଗ କରିବେ ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି ବାତାବରଣରେ ‘ପିଏମ୍‌-କେୟାର୍ସ ଫଣ୍ଡ୍‌’ରୁ ପ୍ରାପ୍ତ ଅର୍ଥରେ ୧୦୦ଟି ନୂଆ ହସ୍ପିଟାଲ୍‌ରେ ‘ଅକ୍ସିଜେନ୍‌ ପ୍ଲାଣ୍ଟ୍‌’ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।

କେତେକ ରାଜ୍ୟର କେତେକ ସ୍ଥାନରେ ‘ଅକ୍ସିଜେନ୍‌’ ଯୋଗାଣ ବ୍ୟାହତ ହୋଇଥିଲେ ବି ସରକାର କହିଛନ୍ତି ଯେ, ଗତ ଦୁଇ ଦିନ ହେବ ଭାରତ ପୂର୍ଣ୍ଣ ସାମର୍ଥ୍ୟରେ ‘ଅକ୍ସିଜେନ୍‌’ ଉତ୍ପାଦନ କରୁଛି।

ଏକ ବିବୃତିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଉତ୍ପାଦନ ବୃଦ୍ଧି କରାଯିବା ସହ ବଳକା ‘ଅକ୍ସିଜେନ୍‌’ ଗଚ୍ଛିତ ରଖାଯାଉଛି। ଏବେ ଯେତେ ପରିମାଣରେ ‘ଅକ୍ସଜେନ୍‌’ ମିଳୁଛି ତାହା ଯଥେଷ୍ଟ।

Image Courtesy of Business Today

ସରକାରଙ୍କର ଭିନ୍ନ ଏକ ବିବୃତିରେ ଉଲ୍ଲେଖ ଅଛି ଯେ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଆଦି ୧୨ଟି ରାଜ୍ୟକୁ ‘ହାଇ ବର୍ଡନ୍‌’ ଭାବେ ଚିହ୍ନଟ କରାଯାଇଛି।

Image Courtesy of India Today

ତେଣୁ, ସେ ଅଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କରେ ‘ଅକ୍ସିଜେନ୍‌’ ପ୍ରସ୍ତୁତ କରିବା ଲାଗି ୧୬୨ଟି ‘ପ୍ରେସର୍‌ ସ୍ୱିଙ୍ଗ୍‌ ଆଡ୍‌ସର୍ପସନ୍‌ ପ୍ଲାଣ୍ଟ୍‌’ ବସାଇବା ଲାଗି ‘ପିଏମ୍‌-କେୟାର୍ସ’ ଫଣ୍ଡ୍‌’ରୁ ମଞ୍ଜୁରି ମିଳିବା ପ୍ରସଙ୍ଗରେ ସମୀକ୍ଷା ଚାଲିଛି।

ଏହାଛଡ଼ା, ଦୂର ଦୂରାନ୍ତରରେ ଥିବା ୧୦୦ ହସ୍ପିଟାଲ୍‌ରେ ‘ପ୍ରେସର୍‌ ସ୍ୱିଙ୍ଗ୍‌ ଆଡ୍‌ସର୍ପସନ୍‌ ପ୍ଲାଣ୍ଟ୍‌’ ବସାଇବା ଲାଗି ମଞ୍ଜୁରି ଦେବାକୁ ସରକାର ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର