କୃଷକଙ୍କ ସ୍ବରକୁ ଚାପିବାକୁ ଚେଷ୍ଟା କରିବା ସହ ଆନ୍ଦୋଳନକୁ ଖାଲିସ୍ତାନୀଙ୍କ ବୋଲି କହି ବଦନାମ କରୁୁଛି କେନ୍ଦ୍ର: ଏସଏଡି ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଏବଂ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ। ଏବେ ଏହାର ସମାଧାନ ପାଇଁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କରିଛି। ଏ ମଧ୍ୟରେ ଶିରୋମଣି ଅକାଳି ଦଳ(ଏସଏଡି)ର ମୁଖ୍ୟ ଏସ ଏସ ବାଦଲ କେନ୍ଦ୍ର ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। କୃଷକଙ୍କ ସ୍ବରକୁ ଚାପିବାକୁ ଚେଷ୍ଟା କରିବା ସହ ଚାଷୀ ଆନ୍ଦୋଳନକୁ ଖାଲିସ୍ତାନୀଙ୍କ ଆନ୍ଦୋଳନ ବୋଲି କହି କେନ୍ଦ୍ର ବଦନାମ କରୁୁଛି ବୋଲି କହିଛନ୍ତି ଏସ ଏସ ବାଦଲ।

किसानों का आंदोलन जारी (पीटीआई)
aajtak

କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣିବା ପରିବର୍ତ୍ତେ ସ୍ୱରକୁ ଚାପିବାକୁ ଚେଷ୍ଟା କରୁଛି | କୃଷକମାନେ କୃଷି ଆଇନ ଚାହାନ୍ତି ନାହିଁ | ଯାହାଙ୍କ ପାଇଁ କୃଷି ଆଇନ ପ୍ରଣୟନ ହୋଇଛି, ଯଦି ସେମାନେ ଏହା ଲାଗୁ ହେବା ଚାହୁଁନାହାନ୍ତି, ତେବେ କେନ୍ଦ୍ର କାହିଁକି ଆନ୍ଦୋଳନରତ ଚାଷୀଙ୍କ ଉପରେ ଅତ୍ୟାଚାର କରୁଛି। କେନ୍ଦ୍ର ଏହାକୁ ଖାଲିସ୍ତାନୀ ଏବଂ ରାଜନୈତିକ ଦଳଙ୍କ ଦ୍ବାରା ପ୍ରୋତ୍ସାହିତ  ବୋଲି କହି ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଟା କରୁଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ କଥା ଶୁଣିବାକୁ ଅନୁରୋଧ କରୁଛି। ଆମେ କେନ୍ଦ୍ରର ଏଭଳି ମନୋଭାବ ଏବଂ ଏପରି ବିବୃତିକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ଏସଏଡି ମୁଖ୍ୟ ଏସଏସ ବାଦଲ।

ସମ୍ବନ୍ଧିତ ଖବର